ମୋବାଇଲ ଆପ୍ ଦେବ ବନ୍ୟାର ସୂଚନା ସାରା ଦେଶରେ ସମ୍ଭାବ୍ୟ ବନ୍ୟା ଉପରେ ଦୃଷ୍ଟି ରଖିବା ଲାଗି ଏକ ନୂଆ ମୋବାଇଲ ଆପ ଲୋକାର୍ପଣ କରାଯାଇଛି । ଏହି ମୋବାଇଲ ଆପ ହେଉଛି ‘ଫ୍ଲଡୱାଚ’ (FloodWatch)। ଏହି ମୋବାଇଲ ଆପ ମାଧ୍ୟମରେ ବନ୍ୟାର ବାସ୍ତବ ସ୍ଥିତି ଏବଂ ପରବର୍ତ୍ତୀ ୭ ଦିନ ପର୍ଯ୍ୟନ୍ତ ସମ୍ଭାବ୍ୟ ଫଳାଫଳର ସୂଚନା ମିଳିପାରିବ । କେନ୍ଦ୍ରୀୟ ଜଳ ଆୟୋଗର ଅଧ୍ୟକ୍ଷ କୁଶବିନ୍ଦର ବୋହରା ଗତକାଲି ନୂଆଦିଲ୍ଲୀରେ ଏହି ଆପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶ୍ରୀ ବୋହରା କହିଛନ୍ତି ଯେ ଏହି ଆପ ମାଧ୍ୟମରେ ସମ୍ଭାବିତ ବନ୍ୟା ସମ୍ପର୍କରେ ସଠିକ ସୂଚନା ମିଳିପାରିବ। ଏଥିରେ ଉପଗ୍ରହରୁ ମିଳୁଥିବା ସୂଚନା ଓ ବାସ୍ତବ ସ୍ଥିତିକୁ ଆଧୁନିକ ଜ୍ଞାନକୌଶଳ ସହାୟତାରେ ବିଶ୍ଳେଷଣ କରାଯାଇ ସୂଚନା ଦିଆଯିବ। ଏହାଦ୍ୱାରା ବନ୍ୟା ଦ୍ୱାରା ହେଉଥିବା ବିତ୍ପାତ କମ କରାଯାଇ ପାରିବ। ବୋହୁ ସମୟରେ ବନ୍ୟା ପରିସ୍ଥିତି ସମ୍ପର୍କରେ ଲୋକେ ଅବଗତ ହୋଇ ପାରୁନାହାନ୍ତି ଯାହାଦ୍ୱାରା ଅନେକ କ୍ଷୟକ୍ଷତିର ସାମ୍ନା କରିବାକୁ ପଡୁଛି l ତେଣୁ ଏହି ଅପଟି ଲୋକଙ୍କୁ ବନ୍ୟା ସମସ୍ୟା ବିଷୟରେ ଅବଗତ କରାଇ ବନ୍ୟା କ୍ଷୟକ୍ଷତିକୁ କମ କରାଇପାରିବ ବୋଲି ଆଶା କରାଯାଉଛି l ତେବେ କେହି ବି ଚାହିଁଲେ ଏହି ଆପ୍ ଟିକୁ ଏବେ ଅତି ସହଜରେ ଗୁଗୁଲ ପ୍ଲେ ଷ୍ଟୋରରୁ ଯାଇ ଡାଉନଲୋଡ଼ କରି ଅତି ସହଜରେ ବ୍ୟବହାର କରିପାରିବେ l
ମୋବାଇଲ ଆପ୍ ଦେବ ବନ୍ୟାର ସୂଚନା

