UTKAL PRATIDIN

ମୈଦାନରେ ଆମ୍ନା ସାମ୍ନା ହେବେ କମଳା ଓ ଟ୍ରମ୍ଫ

କିଛିଦିନ ଧରି ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୋର ଧରିଥିଲା ଚର୍ଚ୍ଚା।ମାତ୍ର ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଡେମୋକ୍ରାଟିକ ଦଳ ନିଜର ପ୍ରାର୍ଥୀ ଘୋଷଣା କରିଛି ।ଡେମୋକ୍ରାଟିକ ଦଳ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି କମଳା ହାରିସ।ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଡେମୋକ୍ରାଟିକ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ ରୂପେ ସମର୍ଥନ ଜଣାଇଛନ୍ତି ।

ଆମେରିକାର ରାଷ୍ଟ୍ରପତି ପଦ ପାଇଁ କମଳା ହାରିସଙ୍କୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଓ ତାଙ୍କ ପତ୍ନୀ ମିଶେଲ ଓବାମା ସମର୍ଥନ କରିଛନ୍ତି। ଉଭୟ କମଳା ହାରିସଙ୍କୁ ଫୋନ୍‌ କରି ସମର୍ଥନ ଜଣାଇବା ପରେ ବେଶ ଖୁସି ଓ ଗର୍ବ ଅନୁଭବ କରୁଥିବା କହିଛନ୍ତି କମଳା ।ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ୱିଟ କରି କହିଛନ୍ତି ଆମ ଦେଶର ଏଭଳି ଜଟିଳ ମୁହୁର୍ତରେ ଆମେ କମଳାଙ୍କ ବିଜୟ ପାଇଁ ଯାହା ଆବଶ୍ୟକ କରିବାକୁ ପ୍ରସ୍ତୁତ ଅଛୁ ।ରାଷ୍ଟ୍ରପତି ଜୋ ବାଇଡେନ ହ୍ୱାଇଟ୍ ହାଉସ ରେସରୁ ଓହରିଯିବା ପରେ କମଲା ହାରିସଙ୍କୁ ସେ ନିଜ ସମର୍ଥନ ଜଣାଇଥିଲେ ।ତେବେ କମଳା ଆମେରିକାର ପ୍ରଥମ ମହିଳା ଏବଂ ଦ୍ୱିତୀୟ କୃଷ୍ଣକାୟ ରାଷ୍ଟ୍ରପତି ହେବେ।

ଅନ୍ୟ ପକ୍ଷରେ କମଳା ହାରିସ ଡେମୋକ୍ରାଟିକ୍‌ ପ୍ରାର୍ଥୀ ହେଲେ ତାଙ୍କୁ ହରାଇବା ସହଜ ହେବ ବୋଲି କହିଛନ୍ତି ଆମେରିକାର ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ।ଏବେ ରାଷ୍ଟ୍ରପତି ପାଦ ପାଇଁ କମଳା ମଇଦାନକୁ ଓଲ୍ହାଇ ସାରିଥିବାବେଳେ ଏବେ ଜିତି ପାରୁଛନ୍ତି କି ନାହିଁ ତା ଅପରେ ରହିଛି ସଭିଙ୍କ ନଜର ।

Exit mobile version