
‘ମେରୀ ମାଟି ମେରା ଦେଶ’ ଅଭିଯାନ ଆଜିଠୁ ଦେଶବ୍ୟାପୀ ଆରମ୍ଭ ହେବ ‘ମେରୀ ମାଟି ମେରା ଦେଶ, ଅଭିଯାନ । ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜିତ ହେବ । ୯ ରୁ ୩୦ ଅଗଷ୍ଟ, ୨୦୨୩ ପର୍ଯ୍ୟନ୍ତ, ‘ମେରୀ ମାଟି ମେରା ଦେଶ’ ଅଭିଯାନରେ ଗ୍ରାମ ଏବଂ ବ୍ଲକ ସ୍ତରରେ ତଥା ରାଜ୍ୟ ଓ ଜାତୀୟ ସ୍ତରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଅମୃତ ବାଟିକା ସୃଷ୍ଟି ପାଇଁ ଅମୃତ କଳସ ଯାତ୍ରା କରାଯିବ l ଏହି ଅମୃତ କଳସ ଯାତ୍ରା ପାଇଁ ଦେଶର କୋଣ ଅନୁକୋଣରୁ ଦିଲ୍ଲୀକୁ ମାଟି ଅଣାଯିବ । ଦେଶବ୍ୟାପୀ ମେରୀ ମାଟି ମେରା ଦେଶ ଅଭିଯାନ ଆରମ୍ଭ ହେବ, ଯାହା ଦେଶ ପାଇଁ ଜୀବନ ଦେଇଥିବା “ବୀର” ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବ । ଏହି ଅଭିଯାନରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଥିବା ଗ୍ରାମ, ପଞ୍ଚାୟତ, ବ୍ଲକ, ସହର, ପୌରପାଳିକା ଆଦି ସ୍ଥାନରେ ସାହସୀ ବୀରମାନଙ୍କ ବଳିଦାନର ଆତ୍ମାକୁ ଶୁଭେଚ୍ଛା ଜଣାଇ ସ୍ମାରକୀ ଫଳକ ସ୍ଥାପନ କରାଯିବ । ସେହି ଅଞ୍ଚଳର ଯେଉଁମାନେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ସେମାନଙ୍କ ନାମ ସହିତ ଏଥିରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ରହିବ । ଏହି ଅଭିଯାନ ହେଉଛି ‘ଆଜାଦୀ କା ଅମୃତ ମହୋତ୍ସବ’ର ଉଦଯାପନୀ ସମାରୋହ, ଯାହା ୧୨ ମାର୍ଚ୍ଚ ୨୦୨୧ ରେ ଆରମ୍ଭ ହୋଇଥିଲା। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମନ କି ବାତ ପ୍ରସାରଣ ସମୟରେ ଏହି ଅଭିଯାନ ଘୋଷଣା କରିଥିଲେ ।

ଦିଲ୍ଲୀରେ ଏକ ‘ଅମୃତ ବାଟିକା’ ସୃଷ୍ଟି ପାଇଁ ୭୫୦୦ କଳସରେ ଦେଶର କୋଣ ଅନୁକୋଣରୁ ମାଟି ଆଣି ଏକ ‘ଅମୃତ କଳଶ ଯାତ୍ରା’ କରାଯିବ । ଏହି ‘ଅମୃତ ବାଟିକା’ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ପ୍ରତିବଦ୍ଧତାର ପ୍ରତୀକ ହେବ । ମେରୀ ମାଟି ମେରା ଦେଶ ଅଭିଯାନ ଅଧୀନରେ ବିଭିନ୍ନ କାର୍ଯ୍ୟକଳାପ ବିଷୟରେ ସୂଚନା https:// yuva.gov.in ପୋର୍ଟାଲ୍ରୁ ମିଳି ପାରିବ । ଲୋକଙ୍କ ବ୍ୟାପକ ଅଂଶଗ୍ରହଣକୁ ଉତ୍ସାହିତ କରିବାପାଇଁ ଏକ ୱେବସାଇଟ୍, https://merimaatimeradesh.gov.in, ମଧ୍ୟ ଉନ୍ମୋଚିତ ହୋଇଛି । ଲୋକମାନେ ମାଟି କିମ୍ବା ମାଟି ଦୀପ ଧରି ସେଲଫି ଅପଲୋଡ୍ କରିପାରିବେ । ଏହା ଦ୍ୱାରା ଲୋକମାନେ ଭାରତକୁ ଏକ ବିକଶିତ ଦେଶ କରିବା, ଦାସତ୍ୱର ମାନସିକତାକୁ ଦୂର କରିବା, ଆମର ସମୃଦ୍ଧ ଏତିହ୍ୟ ପାଇଁ ଗର୍ବ କରିବା, ଏକତା ଏବଂ ନିବିଡତା ରକ୍ଷା କରିବା, ନାଗରିକ ଭାବରେ କର୍ତ୍ତବ୍ୟ ପାଳନ କରିବା ଏବଂ ସୁରକ୍ଷା ଯୋଗାଉଥିବା ଲୋକଙ୍କୁ ସମ୍ମାନ ଦେବା ସହିତ ପଞ୍ଚ ପ୍ରାଣର ପ୍ରତିଜ୍ଞା ନେବେ । ପରେ ୱେବସାଇଟରୁ ଅଂଶଗ୍ରହଣର ଏକ ଡିଜିଟାଲ୍ ସାର୍ଟିଫିକେଟ୍ ଡାଉନଲୋଡ୍ ହୋଇପାରିବ ।