କଟକ : ପୁଣି ଜୀବନ ନେଲା ମୁକୁଳା ଡ୍ରେନ। କଟକ ନିମସାହିରେ ଥିବା ଏକ ଡ୍ରେନ୍ ଭିତରେ ପଡି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ କଟକ ଝୋଲାସାହି ଅଞ୍ଚଳରେ ଭଡ଼ାରେ ରହୁଥିଲେ ବୋଲି ଜଣା ପଡିଛି। ବ୍ୟକ୍ତି ଜଣଙ୍କର ନାମ ରାହୁଲ ।ସେ ରାଜସ୍ଥାନର ବୋଲି ଜଣାପଡିଛି ।ଗତକାଲି ସେ ଘରକୁ ଫେରୁଥିବା ବେଳେ ବିମ୍ବଳେଇ ମନ୍ଦିର ନିକଟରେ ଥିବା ଏକ ବଡ଼ ଡ୍ରେନ୍ରେ ପଡ଼ି ଯାଇଥିଲେ । ପ୍ରାୟ ୪୫ ମିନିଟ୍ ପରେ ବର୍ଷା ଟିକିଏ ଛାଡ଼ିଆସିବା ପରେ ତାଙ୍କ ହାତ ଡ୍ରେନ୍ ଉପରକୁ ଦିଶିଥିଲା । ଏହା ପରେ କେହି ଜଣେ ଡ୍ରେନରେ ପଡିଥିବା ଜଣା ପଡ଼ିଥିଲା। ସ୍ଥାନୀୟ ଲୋକେ ପ୍ରଥମେ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ଏସ୍ସିବି ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତ୍ୟରୁ କାରଣ ସ୍ପଷ୍ଟ ହୋଇ ନାହିଁ। ବର୍ଷା ହେତୁ ସବୁ ସ୍ଥାନରେ ପାଣି ଭର୍ତି ହୋଇ ରହିଛି । ଖାସ୍ କରି ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ନାହିଁ ନଥିବା ଅସୁବିଧା । ଡ୍ରେନେଜ୍ ସମସ୍ୟା ଏତେ ଅଧିକ ଯେ ସବୁ ଆଡ଼େ ନାଳ ନର୍ଦ୍ଧମା ପାଣି ରାସ୍ତାରେ ଜମି ରହିଛି ।ଏହା ସହ ଖୋଲା ଡ୍ରେନ ଯୋଗୁଁ ପ୍ରତ୍ୟେକ ବର୍ଷ ଏପରି ଜୀବନ ଯାଉଥିବା ବେଳେ ପ୍ରଶାସନ ଏଥି ପ୍ରତି ତିଳେ ହିଁ ଧ୍ୟାନ ଦେଉନାହିଁ।
ମୁକୁଳା ଡ୍ରେନ୍ ନେଲା ପୁଣି ଏକ ଜୀବନ
