Site icon UTKAL PRATIDIN

ମାନବିକତା ହରାଇ ବସିଛି ମଣିଷ

photo_6237957969421645577_y

ମାନବିକତା ହରାଇ ବସିଛି ମଣିଷ, ରାଗରେ ବୁଲା କୁକୁରକୁ ମାଡ ମଣିଷ ମାନେ ହିଁ ଏତେ ନିଷ୍ଠୁର ହୋଇଯାଅନ୍ତି, ନିଜର ହିତାହିତ ଜ୍ଞାନ ଭୁଲି ଅତି ତଳକୁ ଖସି ଯାଆନ୍ତି । ନିରୀହ ପଶୁଙ୍କୁ ବି ସେ ଛାଡ଼େ ନାହିଁ ଏହି ମଣିଷ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ l ମଣିଷଙ୍କର ସବୁଠୁ ବିଶ୍ୱସ୍ତ ପଶୁ ନାମରେ ପରିଚିତ ଏହି କୁକୁର ମାନେ l ହେଲେ ମଣିଷ ଏତେ ତଳକୁ ଖସିଯାଇ ନିଜର ମାନବିକତା ହରାଇବସିଛି l ବୁଲା କୁକୁରକୁ ଅତି ନିଷ୍ଠୁର ସହ ମାଡ ମାରିବାରୁ ଥାନାରେ ଏତଲା ଦିଆଯାଇଛି। ଭୁବନେଶ୍ୱର ସହିଦ ନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀ ବସ୍ତିରେ ଏଭଳି ଦୁଃଖଦ ଘଟଣା ଘଟିଛି। ବୁଲା କୁକୁରକୁ ନୃଶଂସ ଭାବରେ ମାଡ ମାରିଥିବା ବ୍ୟକ୍ତି ହେଉଛନ୍ତି ଶାନ୍ତିପଲ୍ଲୀ ବସ୍ତିରେ ରହୁଥିବା ଭୀମ ସେଠି l ସହିଦନଗର ଥାନାରେ ଏହି ମାମଲା ବିରୁଦ୍ଧରେ ତାଙ୍କ ନାମରେ ଅଭିଯୋଗ ହୋଇଛି l ସୂଚନା ଅନୁସାରେ, ଭୀମ ସେଠି ଏବଂ ସେହି ବସ୍ତିରେ ବସବାସ କରୁଥିବା କାମନା ସେଠିଙ୍କ ମଧ୍ୟରେ କୁକୁରକୁ ଖାଇବାକୁ ଦେବାକୁ ନେଇ ପୂର୍ବରୁ ଝଗଡ଼ା ହୋଇଥିଲା। ଏହି ଝଗଡାରେ କାମନାଙ୍କ ଉପରେ ରାଗ ରଖି ନିରୀହ କୁକୁରକୁ ନୃଶଂସ ଭାବରେ ଭୀମ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଗତ ୨ ତାରିଖ ରାତିରେ ଭୀମ କୁକୁରକୁ ନୃଶଂସ ଭାବରେ ବାଡେଇ ଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଅଛି। ଏହାପରେ ସହିଦ ନଗର ଥାନାରେ ଭୀମଙ୍କ ନାଁରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି । ତେବେ ଏଯାଏ ପୋଲିସ୍‌ କୌଣସିବି କାର୍ଯ୍ୟାନୁଷ୍ଠାନ ନେଇନଥିବାର ଅଭିଯୋଗ କରିଛନ୍ତି କାମନା ସେଠି।

Exit mobile version