ଭୁବନେଶ୍ୱର: ଓଡ଼ିଶାକୁ ମୌସୁମୀର ଆଗମନ ସହିତ ବଙ୍ଗୋସାଗରରେ ଲଘୁଚାପ ସୃଷ୍ଟି ହେବା ଏକ ସ୍ୱୋଭାବିକ ଘଟଣା। ଭାରତୀୟ ପାଣିପାଗ ବିଭଗର ପୂର୍ବାନୁମାନ ଅନୁଯାୟୀ ଆଗାମୀ ଦୁଇସପ୍ତାହ ମଧ୍ୟରେ ଦୁଇ ଦୁଇଟି ବଡ଼ ଲଘୁଚାପର ଆଶଙ୍କା। ଆସନ୍ତା ୪ ତାରିଖରେ ଏକ ଲଘୁଚାପ ସୃଷ୍ଟି ହୋଇ ୫ ତାରିଖ ବେଳକୁ ବର୍ଷାର ବିସ୍ତୃତି ବୃଦ୍ଧି ପାଇବା ସହ ୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାର ଭାରତୀୟ ପାଣିପାଗ ପକ୍ଷରୁ ସୂଚନା ମିଳିଛି। ଦକ୍ଷିଣ–ପଶ୍ଚିମ ବଙ୍ଗୋପସାଗରର କେନ୍ଦ୍ର ଭାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟଟି ଦକ୍ଷିଣ–ପଶ୍ଚିମ ସଂଲଗ୍ନ ଦକ୍ଷିଣ–ପୂର୍ବ ବଙ୍ଗୋପସାଗର ଉପରିଭାଗରେ ରହିଛି। ଏହାର ପ୍ରଭବରେ ଗତ କାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି।ଦକ୍ଷିଣ–ପଶ୍ଚିମ ବଙ୍ଗୋପସାଗରର କେନ୍ଦ୍ର ଭାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟଟି ଦକ୍ଷିଣ–ପଶ୍ଚିମ ସଂଲଗ୍ନ ଦକ୍ଷିଣ–ପୂର୍ବ ବଙ୍ଗୋପସାଗର ଉପରିଭାଗରେ ରହିଛି। ଏହାର ପ୍ରଭବରେ ଗତ କାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି।ଦକ୍ଷିଣ ଉପକୂଳବର୍ତ୍ତୀ ୧୮ଟି ଜିଲ୍ଲାରେ ବର୍ଷା ଘଡଘଡି ବିଜୁଳିର ସମ୍ଭାବନା ସହ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ବାଲେଶ୍ବର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂପୁର , ଯାଜପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କେନ୍ଦୁଝର, କୋରାପୁଟ, ରୟାଗଡ, କଳାହାଣ୍ଡି, ଢେଙ୍କାନାଳ ଏବଂ ନବରଙ୍ଗପୁର। ଏହା ଫଳରେ ରାଜ୍ୟରେ ଗତ କିଛି ଦିନ ମଧ୍ୟରେ ବୃଦ୍ଧି ପାଇଥିବା ତାପମାତ୍ରାରେ କ୍ରମାଗତ ଭାବରେ ହ୍ରାସ ଘଟିବ। ଆଗାମୀ ଜୁଲାଇ ଏବଂ ଅଗଷ୍ଟ ମାସରେ ଅପେକ୍ଷାକୃତ ଅଧିକ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି।
• ପାଣିପାଗ ବିଭାଗର ପୂର୍ବାନୁମାନ: ଆଗାମୀ ୨ ସପ୍ତାହ ମଧ୍ୟରେ ଦୁଇଟି ବଡ଼ ଲଘୁଚାପ।
• ଗତ କାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇ ଯାଇଛି।
• ୪ ତାରିଖରେ ଲଘୁଚାପ ଘନୀଭୂତ ହୋଇ ୫ ତାରିଖରେ ବିସ୍ତୃତି ବୃଦ୍ଧି।
• ଉପକୂଳବର୍ତ୍ତୀ ୧୮ ଜିଲ୍ଲା କୁ ୟେଲୋ ଏଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
• ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ବାଲେଶ୍ବର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂପୁର , ଯାଜପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କେନ୍ଦୁଝର, କୋରାପୁଟ, ରୟାଗଡ, କଳାହାଣ୍ଡି, ଢେଙ୍କାନାଳ ଏବଂ ନବରଙ୍ଗପୁର।
• ଆଗାମୀ ଜୁଲାଇ ଓ ଅଗଷ୍ଟ ମାସରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ମାଡ଼ି ଆସୁଛି ବଡ଼ ବର୍ଷା ! ଆଗକୁ ଲଘୁଚାପ ସମ୍ଭାବନା !
