ହକି ପ୍ରତିଭାର ବିଭିନ୍ନ ପ୍ରକାରର ପୋଷଣ ପାଇଁ ଓ ଦିଶା ଦେଖେଇବା ପାଇଁ ପୂର୍ବତନ ଭାରତୀୟ ମହିଳା ଦଳର ଅଧିନାୟକ ରାନୀ ରାମପାଲ ଆଇକନିକ୍ କଳିଙ୍ଗ ଷ୍ଟାଡିୟମରେ ମହିଳା ଷ୍ଟ୍ରାଇକରଙ୍କ ପାଇଁ ଏକ ସ୍ୱତନ୍ତ୍ର ତାଲିମ ଶିବିର ଆୟୋଜନ କରୁଛନ୍ତି। ଓଡ଼ିଶାର କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ଓଡିଶା ନାଭାଲ ଟାଟା ହକି ଉଚ୍ଚ-ପ୍ରଦର୍ଶନ କେନ୍ଦ୍ର ଏବଂ ହକି ଆସୋସିଏସନ ଅଫ୍ ଓଡିଶାର ସହଯୋଗରେ ଏହି ଶିବିର ଆୟୋଜିତ ହୋଇଛି। ଅଗଷ୍ଟ ୧୪ ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଶିବିରଟି ରାଜ୍ୟର ଯୁବ ଖେଳାଳିଙ୍କ ପାଇଁ ଭାରତୀୟ ମହିଳା ହକି ଦଳ ଉତ୍ପାଦନ କରିଥିବା ସର୍ବୋତ୍ତମ ଷ୍ଟ୍ରାଇକରଙ୍କଠାରୁ ଶିଖିବାର ଏକ ସୁଯୋଗ ହେବ। ମୋଟ ୨୫ ଖେଳାଳି ଏହି ଷ୍ଟ୍ରାଇକର କ୍ୟାମ୍ପର ଅଂଶ ଅଟନ୍ତି ଏବଂ ଏହା ଓଡିଶା ନାଭାଲ ଟାଟା ହକି ଉଚ୍ଚ-ପ୍ରଦର୍ଶନ କେନ୍ଦ୍ର, ସ୍ପୋର୍ଟସ ହଷ୍ଟେଲ, ପାନପୋଶ, ସୁନ୍ଦରଗଡ ଏବଂ ଭୋପାଳର ଖେଳାଳିଙ୍କୁ ଉପକୃତ କରିବ l ଏହି ଶିବିର ବିଷୟରେ ରାନୀ ରାମପାଲ କହିଛନ୍ତି, “ଏହି ଶିବିର ଏକ ଉତ୍ତମ ପଦକ୍ଷେପ। ଓଡିଶାରେ ଏହି ଖେଳାଳିଙ୍କ ସହ ମୋର ଜ୍ଞାନ, କୌଶଳ ଏବଂ ଅଭିଜ୍ଞତା ବାଣ୍ଟିବା ମୋ ପାଇଁ ଏକ ସୁଯୋଗ। ବୈଷୟିକ, ଶାରୀରିକ ଏବଂ ମାନସିକ ଦିଗ ଏବଂ ତୀବ୍ର ପ୍ରଶିକ୍ଷଣ ଅଧିବେଶନ ହେବ”। ରାନୀ ମଧ୍ୟ ଓଡିଶାରେ କ୍ରୀଡା ପ୍ରତି ମାନସିକତା ଏବଂ ବ୍ୟବସ୍ଥା ଉପରେ ନିଜର ମତ ରଖିଥିଲେ। ସେ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଅନେକ ପଦକ୍ଷେପ ଏବଂ ବିକାଶ ସହିତ ଓଡ଼ିଶା ବିଶ୍ୱର କ୍ରୀଡ଼ା ମାନଚିତ୍ରରେ ଅଛି l ଏଠାରେ ଥିବା ସୁବିଧାଗୁଡ଼ିକ ଅତ୍ୟନ୍ତ ଆଧୁନିକ ଏବଂ ବିଶ୍ୱ ସ୍ତରର ମାନକ l କ୍ରୀଡ଼ା ବିଜ୍ଞାନ, ପୁଷ୍ଟିକର ଏବଂ ମନୋବିଜ୍ଞାନ ଉପରେ ଏକ ବିଶେଷ ଧ୍ୟାନ ଦେଇ ଓଡିଶାରେ ହକି କାର୍ଯ୍ୟକ୍ରମ ଅତ୍ୟନ୍ତ ବ୍ୟାପକ ଅଟେ l