ଝାରଖଣ୍ଡ : ଝାଡଖଣ୍ତର ବୋକରୋ ଜିଲ୍ଲାରେ ଘଟିଛି ମହରମ ଶୋଭାଯାତ୍ରା ବେଳେ ଅଘଟଣ । ବଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୪ ଜଣଙ୍କ ମୃତ୍ୟୁ ଘଟିଛି । ଧାର୍ମିକ ପତାକା ଧରି ଯାଉଥିବା ବେଳେ ତାହା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା । ଯାହା ଫଳେ କରେଣ୍ଟ ଲାଗିବା କାରଣରୁ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ସେହିପରି ୧୦ରୁ ଅଧିକ ଆହତ ହୋଇଛନ୍ତି ।ସମସ୍ତ ଆହତଙ୍କୁ ତୁରନ୍ତ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନାରେ ଭର୍ତ୍ତିଥିବା ଲୋକଙ୍କ ମଧ୍ୟରେ ୩ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ତେବେ ରାଞ୍ଚିଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ପେତରୱାର ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଖେଟକୋ ଗାଁରେ ମହରମ ପଦଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ଅଘଟଣା ଘଟିଥିଲା । ଲୁହା ରଡ୍ ଲାଗିଥିବା ଧାର୍ମିକ ପତାକା ୧୧,୦୦୦ ଭୋଲ୍ଟ ତାରର ସଂସ୍ପର୍ଶରେ ଆସି ପଦଯାତ୍ରାକାରୀଙ୍କ ମୃତ୍ୟୁ ଘଟିଛି । ଆଜି ପବିତ୍ର ମହରମ ପର୍ବ । ବେଶ୍ ନିଷ୍ଠାର ସହ ମୁସଲମାନ ସମ୍ପ୍ରଦାୟର ଲୋକ ମାନେ ଏହି ପର୍ବକୁ ପାଳନ କରନ୍ତି । ଏହି ପର୍ବରେ ଏକ ଶୋଭାଯାତ୍ରା ବାହାର କରାଯିବାର ପରମ୍ପରା ରହିଛି। ହେଲେ ଏହି ଶୋଭାଯାତ୍ରା ସାଜିଲା କାଳ l ଏହି ପବିତ୍ର ଉତ୍ସବରେ ଆଜି ଏପରି ଅଘଟଣ ଘଟିଥିବା ନେଇ ପୋଲିସ ସୂଚନା ଦେଇଛି l