Site icon UTKAL PRATIDIN

ମହଙ୍ଗା ହେବ ଦୁଗ୍ଧଜାତ ଦ୍ରବ୍ୟ

3

ମେ’ ମାସ ପହିଲାରୁ ମହଙ୍ଗା ହେବ ଦୁଗ୍ଧଜାତ ଦ୍ରବ୍ୟ। ବଢିବ ଛେନା, ପନିର୍ ଓ ଖୁଆର ଦାମ୍। କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଙ୍ଘର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଓମ୍‌ଫେଡ୍‌ କ୍ଷୀର ଲିଟର ପ୍ରତି ୪ଟଙ୍କା ବୃଦ୍ଧି ହୋଇଛି। ଏଥିସହିତ ଗୋଖାଦ୍ୟ ଓ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ବୃଦ୍ଧି ମଧ୍ୟ ଘଟିଅଛି।

ଏହାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ଦୁଗ୍ଧ ଜାତ ଦ୍ରବ୍ୟ ବ୍ୟବସାୟ ସଙ୍ଘ ପକ୍ଷରୁ ଛେନାର ପାଇକାରୀ ଦର କିଲୋ ପ୍ରତି ୨୦ ଟଙ୍କା ବୃଦ୍ଧି କରାଯାଇ ନୂତନ ଦର ୧୯୫ ଟଙ୍କା, ପନିର୍ କିଲୋ ପ୍ରତି ୩୦ ଟଙ୍କା ବୃଦ୍ଧି କରାଯାଇ ନୂତନ ଦର ୨୫୫ ଟଙ୍କା ଏବଂ କଞ୍ଚା ଖୁଆ କିଲେ ପ୍ରତି ୬୦ ଟଙ୍କା ବୃଦ୍ଧି କରାଯାଇ ନୂତନ ଦର ୩୨୦ ଟଙ୍କା ଧାର୍ଯ୍ୟ କରାଯାଇ ଅଛି ବୋଲି ସଂଘର ସାଧାରଣ ସମ୍ପାଦକ ପ୍ରଦୀପ୍ କୁମାର ବେହେରା ପ୍ରକାଶ କରିଛନ୍ତି।

କଟକରୁ ଢେଙ୍କାନାଳ, ଅନୁଗୁଳ ଓ ସମ୍ବଲପୁର ରେଢ଼ାଖୋଲ ଓ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ରପ୍ତାନୀ କରାଯାଉଥିବା ସ୍ଥାନ ମାନଙ୍କରେ ଏହି ଅନୁପାତରେ ଦର ବୃଦ୍ଧି କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

Exit mobile version