Site icon UTKAL PRATIDIN

ମମତାଙ୍କୁ ଜବାବ ଦେଲେ ନିର୍ମଳା: କହିଲେ, ମିଛ ବନ୍ଦ କରି ସତ କୁହ 

mama

ନୂଆଦିଲ୍ଲୀ: ମୁହାଁମୁହିଁ ହେଲେ ନିର୍ମଳା-ମମତା | ନୀତି ଆୟୋଗ ବୈଠକରେ ମମତାଙ୍କ ମାଇକ ବନ୍ଦ ଅଭିଯୋଗକୁ ନେଇ ମୁହଁ ଖୋଲିଲେ ନିର୍ମଲା |  ଏମିତି ମିଛ ଅଭିଯୋଗ ଆଣିବାର ଧାରା ବନ୍ଦ କରିବାକୁ ମମତାଙ୍କୁ ଚେତାବନୀ  ଦେଲେ  ନିର୍ମଳା  |

ଦିଲ୍ଲୀରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ଗଭର୍ଣ୍ଣିଙ୍ଗ କାଉନ୍ସିଲର ୯ମ ବୈଠକ ଆୟୋଜିତ ହୋଇଥିଲା | ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇଥିଲେ |  ହେଲେ ବୈଠକରେ ତାକୁ କହୁବାକୁ ସମୟ ଦିଆ ନ ଯିବା ଏବଂ କହିବା ମଝିରେ ମାଇକ ବନ୍ଦ କରିଦେବା ଅଭିଯୋଗ କରି ଅଧାରୁ ରାଗି ପଳାଇ ଆସିଥିଲେ ମମତା | କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାର ଉତ୍ତର ଦିଆଯାଇଛି | ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଏହାକୁ ଡାହା ମିଛ କଥା ବୋଲି କହି ଖଣ୍ଡନ କରିଛନ୍ତି |

ନିର୍ମଳା କହିଛନ୍ତି, ସିଏମ ମମତା ବାନାର୍ଜୀ ନୀତି ଆୟୋଗ ବୈଠକରେ ସାମିଲ ହୋଇଥିଲେ | ଆମେ ସମସ୍ତେ ତାଙ୍କ କଥା ଶୁଣୁଥିଲୁ | ପ୍ରତ୍ୟେକ ମୁଖ୍ୟମନ୍ତ୍ରୀଙ୍କୁ ଆଲର୍ଟ ସମୟ ଦିଆଯାଇଥିଲା ଯାହା ସେମାନଙ୍କ ଟେବୁଲ ଉପରେ ଲାଗିଥିବା ସ୍କ୍ରିନ ଉପରେ ଦେଖା ଯାଉଥିଲା |  ତାଙ୍କ ମାଇକ ବନ୍ଦ କରିଦିଆଗଲା ବୋଲି ଯାହା ସେ ମିଡ଼ିଆକୁ କହିଛନ୍ତି ତାହା ସମ୍ପୂର୍ଣ ମିଛ ବୋଲି କହିଛନ୍ତି ନିର୍ମଳା | 

ମମତା ଏମିତି ମିଛ କହିବା ଅଭ୍ୟାସ ଛାଡି ସତ କହିବା ଅଭ୍ୟାସ କରନ୍ତୁ  ବୋଲି ନିର୍ମଳା କହିଛନ୍ତି | ମମତାଙ୍କ ଏପରି ଅଭିଯୋଗକୁ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ କଡା ସମାଲୋଚନା କରିଛନ୍ତି |

Exit mobile version