ଭୁବନେଶ୍ଵର ସତ୍ୟବିହାରରେ ଘଟିଲା ଅଗ୍ନିକାଣ୍ଡ। ଜଳିଗଲା ଗ୍ରୋସରୀ ଦୋକାନ। ଓଡିଶା ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଭଡ଼ା ଦେଇଥିବା ଦୋକାନ ଘରେ ଅଗ୍ନିକାଣ୍ଡ ଘଟିଛି। ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭିଇଛନ୍ତି । ସୂଚନାନୁଯାୟୀ, ରବିବାର ଭୋର୍ ସମୟରେ ମନ୍ମଥ ମିଶ୍ର ଭଡ଼ା ଦେଇଥିବା ସତ୍ୟବିହାର ସ୍ଥିତ ଦୋକାନ ଘରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲାଗିବା ଦେଖି ଭୟଭୀତ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ । ଅଗ୍ନିକାଣ୍ଡ ର କାରଣ ସର୍ଟସର୍କିଟ୍ ହୋଇଥିବ ବୋଲି ଅନୁମାନ କରାଯାଉଛି। ଅଧଘଣ୍ଟା ମଧ୍ୟରେ ପାଖାପାଖି ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଥିବାର ସୂଚନା ମିଳିଛି।
ମନ୍ମଥ ମିଶ୍ରଙ୍କ ଦୋକାନରେ ଅଗ୍ନିକାଣ୍ଡ

