Site icon UTKAL PRATIDIN

ମଞ୍ଜ କଥା ସହି ପାରିଲେନି, ରାଗିଗଲେ ନୀତିଶ

nitish

ପାଟଣା: ମହିଳାଙ୍କୁ ଏତେ ଅସମ୍ମାନ ? ତା ପୁଣି ବିଧାନସଭା ଗୃହରେ ? ଜାତୀୟ ସ୍ତରର ଏତେ ପ୍ରଭାବଶାଳୀ ନେତା..ହେଲେ ଏମିତି ହୁଗୁଳା ପାଟି ? ତୁମେ ବିଧାନସଭାରେ ବିରୋଧୀଙ୍କୁ ସମ୍ଭାଳି ପାରୁନାହାନ୍ତି, ରାଜ୍ୟ ସମ୍ଭାଳିବେ କଣ ? ଆମେ ଏଠି କାହା ବିଷୟରେ କହିବାକୁ ଚାହୁଁଛୁ ଆପଣ ବୁଝି ସାରିବେଣି | ଆଜ୍ଞା ହଁ, ଆମେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କଥା କହୁଛୁ |
ବିଧାନସଭାରେ ରାଗିଗଲେ ନୀତିଶ | ଭୁଲିଗଲେ ହିତାହିତ ଜ୍ଞାନ | ପବିତ୍ର ଗୃହରେ ମହିଳାଙ୍କୁ କଲେ ଅସମ୍ମାନ | ଆପଣ ଜଣେ ମହିଳା, ଆପଣ କିଛି ଜାଣିଛନ୍ତି କି ? ଏମିତି କହି ଆରଜେଡି ବିଧାୟିକାଙ୍କୁ ଅସମ୍ମାନିତ ଆଉ ଅପମାନିତ କରିଛନ୍ତି ନୀତିଶ |
ହେଲେ ଏମିତି କାହିଁକି ରାଗିଲେ ନୀତିଶ ? ବିରୋଧୀଙ୍କ ମଞ୍ଚକଥା ବାଧିଲା କି ? ବୁଧବାର ବିଧାନସଭା ଆରମ୍ଭରୁ ନୀତିଶ ଜୋରଦାର ବିରୋଧର ସମ୍ମୁଖୀନ ହୋଇଥିଲେ | ଆରଜେଡି ଏବଂ କଂଗ୍ରେସ ବିଧାୟକ ହୋହାଲ୍ଲା କରି ନୀତିଶଙ୍କୁ ବିରୋଧ କରିଥିଲେ | ବିହାର ପାଇଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଆଣିବାରେ ନୀତିଶ ବିଫଳ ହୋଇଥିବା କହି ବିରୋଧୀ ନୀତିଶଙ୍କୁ ଘେରିଥିଲେ | ଏପରିକି ନୀତିଶଙ୍କୁ କହିବାକୁ ବି ଦେଇ ନଥିଲେ |
ବିରୋଧୀ ଅଭିଯୋଗ ଆଣିଥିଲେ, ବିଜେପି ନୀତିଶଙ୍କୁ ବ୍ଲାକମେଲ କରୁଛି | ଇଡି ଛାପ ଦେଖାଇ ଚୁପ କରାଇ ଦେଇଛି | ତେଣୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ନେଇ ନୀତିଶ ମୁହଁ ଖୋଲୁ ନାହାନ୍ତି | ଆରଜେଡି ବିଧାୟକଙ୍କ ଅଭିଯୋଗ ଯେ, ନୀତିଶଙ୍କ ଉପରେ ଚାପ ପକାଇବା ପାଇଁ ସଂଜୀବ ହଂସଙ୍କ ପରି ନୀତିଶଙ୍କ ନିକଟତମ ଅଫିସରଙ୍କ ଘରେ ଇଡି ଛାପା ମାରିଛି | କାରଣ ବିଜେପି ଜାଣିଛି, ଭବିଷ୍ୟତରେ ନୀତିଶ କେନ୍ଦ୍ର ପାଇଁ ବିପଦ ଆଣିପାରନ୍ତି | ତେଣୁ ଏଡି ଭୟ ଦେଖାଉଛନ୍ତି | ନୀତିଶ ବି ଜାଣିଛନ୍ତି, ଏଡି ଘାଣ୍ଟିଲେ ସେ ମଧ୍ୟ ଜେଲ ଯିବେ | ତେଣୁ ସେ ବିହାର ପାଇଁ ସ୍ୱତନ୍ତ୍ର ରାଜ୍ୟ ଦାବୀରୁ ଓହରି ଗଲେ |

ବିରୋଧୀଙ୍କ ଏପରି ଅଭିଯୋଗ ଶୁଣି ନିଜ କ୍ରୋଧ ଉପରେ ବୋଧହୁଏ ନିୟନ୍ତ୍ରଣ ହରାଇଥିଲେ ନୀତିଶ । ଆଉ ଆରଜେଡିର ମହିଳା ବିଧାୟକଙ୍କୁ ଟାର୍ଗେଟ କରି କହିଥିଲେ, “ଆରେ ଆପଣ ଜଣେ ମହିଳା, ଆପଣ କିଛି ବି ଜାଣିଛନ୍ତି କି? ଏହାପରେ ଆହୁରି ରାଗିଯାଇଥିଲେ ବିରୋଧୀ | ତେବେ ନୀତିଶଙ୍କ ଏପରି ମନ୍ତବ୍ୟକୁ ନେଇ ଏବେ ସାରା ଦେଶରେ ଚର୍ଚା |

Exit mobile version