Site icon UTKAL PRATIDIN

ଭୁବନେଶ୍ୱର- ରାଉରକେଲା ବିମାନସେବା ବନ୍ଦ ହେବା ନେଇ ଆଶଙ୍କା

23-07-15_15-52-29-387


ରାଉରକେଲା: ଗତ ୬ ମାସ ତଳେ ହକି ବିଶ୍ୱକପ୍ ସମୟରେ ଆରମ୍ଭ ହୋଇଥିଲା ଭୁବନେଶ୍ୱର – ରାଉରକେଲା ବିମାନ ଚଳାଚଳ । ହେଲେ ବର୍ଷା ଋତୁ ଆରମ୍ଭ ହେଉ ହେଉ ବିମାନ ସେବାରେ ଦେଖା ଦେଇଛି ଅନିୟମିତତା । ଗତ ଏକ ସପ୍ତାହ ହେଵ ପ୍ରାୟ ବିମାନ ବାତିଲ ହୋଇଥିବା ବେଳେ ଯାତାୟାତ ସେବାରେ ବାଧା ଉପୁଜିଛି। ସ୍ଥାନୀୟ ଲୋକେ ଏବେ ଆଶଙ୍କା କରୁଛନ୍ତି ଯେ ଏହି ବିମାନ ସେବା ହୁଏତ ବନ୍ଦ ହୋଇଯାଇପରେ। ଗତ ଜାନୁୟାରୀ ୫ ତାରିଖରେ “ଉଡାଣ ସେବା” ଯୋଜନାରେ ଆରମ୍ଭ ହୋଇଥିଲା ଏହି ଭୁବନେଶ୍ୱର -ରାଉରକେଲା ବିମାନ ସେବା । ସେହି ସମୟରେ ଯାତ୍ରୀଙ୍କ ସଂଖ୍ୟା ପ୍ରାୟ ୭୦ ପ୍ରତିଶତ ରହିଥିଲା। ହେଲେ ବର୍ତ୍ତମାନ ଏହି ଅନିୟମିତ ବିମାନ ସେବା ଯୋଗୁଁ ଯାତ୍ରୀଙ୍କ ସଂଖ୍ୟା ପ୍ରାୟ ୭୦ ରୁ ୩୦ ପ୍ରତିଶତକୁ କମି ସାରିଛି ।

ଏହା ସହ ଏଠାରେ ରାତିରେ ବିମାନ ଅବତରଣର ସୁବିଧା ମଧ୍ୟ ନାହିଁ। ଇନଷ୍ଟ୍ରୁମେଣ୍ଟ ଲ୍ୟଣ୍ଡିଂ ସିଷ୍ଟମ (ILS) ଭଳି ସୁବିଧା ମଧ୍ୟ ଏଠାରେ ନାହିଁ । ତେଣୁ ଏହିସବୁକୁ ଆଖି ଆଗରେ ରଖି ଏବେ ଆଶଙ୍କା କରାଯାଉଛି ଯେ ଏହି ବିମାନସେବା ହୁଏତ ଆଉ ଅଧିକ ଦିନ ଚାଲିବ ନାହିଁ। ତେଣୁ ଓଡ଼ିଶା ସରକାର ଏଥି ପ୍ରତି ଧ୍ୟାନ ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଲେ ହୁଏତ ଉପୁଜିଥିବା ସମସ୍ତ ସମସ୍ୟା ଗୁଡ଼ିକ ଦୂର ହୋଇ ବିମାନସେବା ପୂର୍ବ ଭଳି ନିୟମିତ ଭାବେ ଚାଲୁ ରହିପାରିବ ।03:4

Exit mobile version