ଭୁବନେଶ୍ଵରରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଶୁକ୍ରବାର ରାତି ୧୨ ଟା ବେଳେ ବିଜୁ ପଟନାୟକ ବିମାନ ବନ୍ଦର ରେ ପହଞ୍ଚିଥିଲେ l ଶାହ ଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନେ ପହଞ୍ଚିଥିଲେ l ଶନିବାର ଲୋକସେବା ଭବନରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ବିଷୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ କରିବେ ଅମିତ ଶାହ ।
ଶାହଙ୍କୁ ସ୍ଵାଗତ କରିବା ପାଇଁ ବିମାନ ବନ୍ଦରରେ ଶତାଧିକ ବିଜେପି କର୍ମୀ ଅପେକ୍ଷା କରିଥିଲେ। ଅମିତ ଶାହ ସବୁ କର୍ମୀମାନଙ୍କ ଗହଣକୁ ଯାଇ କଥାବାର୍ତା ହବା ସହ ହାତ ହଲାଇ ଅଭିବାଦନ ଜଣାଇଥିଲେ । ଏହାପରେ ମେ ଫେୟାର ହୋଟେଲ ରେ ଯାଇ ରାତିରେ ରହିଥିଲେ l
ଆଜି ଅର୍ଥାତ ଶନିବାର ଦିନ ଅମିତ ଶାହ ରାଜ୍ୟରେ ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ କେନ୍ଦ୍ରାପଡ଼ା, ଯାଜପୁର ଓ କଳାହାଣ୍ଡି ଜିଲ୍ଲାରେ ଜାତୀୟ ରାଜପଥ ପ୍ରକଳ୍ପ ମଧ୍ୟ ସାମିଲ ଅଛି। ଏହି କାର୍ଯ୍ୟକ୍ରମ ପରେ ଗୃହମନ୍ତ୍ରୀ ଓଡ଼ିଶା ଲୋକସେବା ଭବନବକୁ ଯାଇ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନାକୁ ନେଇ ବୈଠକ କରିବେ। ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ଏଠାରେ ରାଜ୍ୟରେ ମାଓ ମୁକାବିଲାକୁ ନେଇ ମଧ୍ୟ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି।
ଅପରାହ୍ଣରେ ଅମିତ ଶାହ ରାଜ୍ୟ ବିଜେପି ମୁଖ୍ୟାଳୟରେ ଦଳୀୟ ପଦାଧିକାରୀ ଏବଂ ନୂଆ ଟିମ ସହ ବୈଠକ କରିବେ। ଏଠାରେ ୨୦୨୪ ରେ ହବାକୁ ଥିବା ନିର୍ବାଚନର ରଣନୀତି ବାବଦରେ ଚର୍ଚ୍ଚା କରାଯିବ। ଏହାପରେ ଭୁବନେଶ୍ୱରରେ ସବୁ ବୈଠକ ସାରି ସନ୍ଧ୍ୟାବେଳେ ଦିଲ୍ଲୀ ଫେରିଯିବେ ଅମିତ ଶାହ।
ଭୁବନେଶ୍ଵରରେ ପହଞ୍ଚିଲେ ଅମିତ ଶାହ

