ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ରାତ୍ର ଜଗୁଆଳି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟରେ ରାତ୍ର ଜଗୁଆଳି ଭାବରେ କାର୍ଯ୍ୟରତ ଅଜୟ କୁମାର ମଲ୍ଲିକଙ୍କୁ ଭିଜିଲାନ୍ସ କାବୁ କରିବାରେ ସଫଳ ହୋଇଛି । ତେବେ ସୂଚନା ମୁତାବକ ସମ୍ପୃକ୍ତ ରାତ୍ର ଜଗୁଆଳି ଜଣକ ଫିରିଙ୍ଗିଆ ତହସିଲ ଅନ୍ତର୍ଗତ ପଳାବୃଡି ପଞ୍ଚାୟତ ଅଧୀନରେ ଥିବା ଆପାବିରୁ ଗାଁର ବିଜୁ କହଁର ନାମକ ଜଣେ ବ୍ୟକ୍ତିଙ୍କ ପାଖରୁ ମିଉଟେସନ ଓ ପଟ୍ଟା କରିବା ନାଁରେ ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଅନ୍ୟପଟେ ସମ୍ପୃକ୍ତ ରାତ୍ର ଜଗୁଆଳିଙ୍କ ନାଁରେ ଅନେକ ଦିନ ଧରି ଅଭିଯୋଗ ହୋଇଆସୁଥିବା ବେଳେ ଏବେ ସେ ଧରା ପଡିଛନ୍ତି l ଆପାବୀରୁ ଗାଁର ଏହି ବ୍ୟକ୍ତିଙ୍କ ପାଖରୁ ପଟ୍ଟା କରିଦେବା ନାଁରେ ଆଗରୁ ମଧ୍ୟ ୩୫ ହଜାର ଟଙ୍କା ନେଇ ସାରିଥିଲେ l ଆଉ ଏବେ ପୁଣି ଆଉ ଆଠ ହଜାର ଟଙ୍କା ନେବା ବେଳେ ସେ ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି । ଏହି ଲାଞ୍ଚ ନେବା ନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସର ଦ୍ୱାରସ୍ତ ହୋଇଥିଲେ । ତେବେ ବୁଧବାର ତଥା ଆଜି ରାତ୍ର ଜଗୁଆଳି ଅଜୟଙ୍କୁ ଧରିବା ପାଇଁ ଭିଜିଲାନ୍ସ ଜାଲ ବିଛାଇ ଥିଲା ଓ ପୂର୍ବ ପ୍ରସ୍ତୁତି କ୍ରମେ ସମୃକ୍ତ ବ୍ୟକ୍ତି ଜଣକ ରାତ୍ର ଜଗୁଆଳିଙ୍କୁ ତହସିଲ କାର୍ଯ୍ୟାଳୟ ବାହାରେ ଆଠ ହଜାର ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ମାଡ଼ିବସିଥିଲା । ଭିଜିଲାନ୍ସ ଡ଼ିଏସପି ହେମନ୍ତ କୁମାର ମହାନ୍ତି ଏବଂ ସୁରେଶ କୁମାର କହଁରଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇ ଥିବା ବେଳେ ଟିମ ଭିଜିଲାନ୍ସ ବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ସାମିଲ ଥିଲେ । ତେବେ ଏବେ ଆମ ଦେଶରେ ଏତେ ବେଆଇନ ଓ ଲାଞ୍ଚ କାରବାର ଚାଲିଛି ଯେ ପ୍ରତ୍ୟୋକ ଦିନ ଏପରି ଖବର ସାମ୍ନାକୁ ଆସୁଛି l ତଥାପି ଆମ ଲୋକମାନେ ସୁଧୁରିବାକୁ ନାହାନ୍ତି l