Site icon UTKAL PRATIDIN

ଭିଜିଲାନ୍ସ ଜାଲରେ ପୁଣି ଜଣେ ଲାଞ୍ଚୁଆ

photo_6262477134555625844_x

ଭିଜିଲାନ୍ସ କବଜାରେ ଆଉ ଜଣେ ଲାଞ୍ଚୁଆ ଅଧିକାରୀ । ଅଙ୍ଗନୱାଡ଼ି ଚାକିରି କରାଇଦେବା ପାଇଁ ଲାଞ୍ଚ ନେଉଥିବା ସମୟରେ ମାଡ଼ି ବସିଲା ଭିଜଡିଲାନ୍ସ । ଭିଜିଲାନ୍ସ ଦ୍ୱାରା ଧରାପଡ଼ିଥିବା ଅଧିକାରୀ ହେଉଛନ୍ତି ଭଦ୍ରକ ସିଡିପିଓ ସୁଗନ୍ଧା ଦାସ । ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ମିଳିଥିବା ସୂଚନା ଅନୁଯାୟୀ, ଆଜି ଭଦ୍ରକ ଜିଲ୍ଲା ସାମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଭଦ୍ରକ ସିଡିପିଓ ସୁଗନ୍ଧା ଦାସ ଏବଂ ସୁପରଭାଇଜର ସୁଲୋଚନ ବେହେରା ଭଦ୍ରକ ଜିଲ୍ଲା ବଣିଆ ପଞ୍ଚାୟତ ଅନ୍ତର୍ଗତ ସରଗଡ଼ିଆ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଇତିଶ୍ରୀ ସେଠୀଙ୍କ ନିଯୁକ୍ତି ପାଇଁ ତାଙ୍କ ଦାଦା ପ୍ରଶାନ୍ତ ସେଠୀଙ୍କ ନିକଟରୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ସେଠାରେ ଉପସ୍ଥିତ ଥିବା ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ଟିମ ହାତରେ ଧରା ପଡ଼ିଥିଲେ । ଇତିଶ୍ରୀଙ୍କ ନିଯୁକ୍ତି ପାଇଁ ଭଦ୍ରକ ସିଡିପିଓ ପଚାଶ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ଆଜି ଦଶ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସ ଧରିଥିଲା । ଦୁଇ କର୍ମଚାରୀଙ୍କୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ପଚରାଉଚରା କରିଥିଲେ । ପରେ ଉଭୟଙ୍କୁ ଭିଜିଲାନ୍ସ ଅଫିସକୁ ନେଇଯାଇଥିଲେ । ଏ ସମ୍ପର୍କରେ ଅଙ୍ଗନବାଡ଼ି କର୍ମୀ ଇତିଶ୍ରୀଙ୍କ ଦାଦା ପ୍ରଶାନ୍ତ ବାଲେଶ୍ଵର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଭିଜିଲାନସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଆଜି ଏହି ଚଢ଼ାଉ କରାଯାଇଥିଲା । ଅଙ୍ଗନୱାଡି କର୍ମୀ ଇତିଶ୍ରୀ ସେଠୀ ଚାକିରୀ ପାଇବା ପରେ କାର୍ଯ୍ୟରେ ଯୋଗ ଦେଇ ସାରିଥିବା ବେଳେ ସିଡିପିଓ ଇତିଶ୍ରୀଙ୍କୁ ୫୦ ହଜାର ଟଙ୍କା ବାରମ୍ବାର ମାଗୁଥିଲେ । ଶେଷରେ ଅତିଷ୍ଟ ହୋଇ ଇତିଶ୍ରୀଙ୍କ ଦାଦା ପ୍ରଶାନ୍ତ ସେଠୀ ବାଲେଶ୍ବର ଭିଜିଲାନ୍ସ ଏସପିଙ୍କୁ ସୂଚନା ଦେଇଥିଲେ । ଆଜି ପ୍ରଶାନ୍ତ ପୁର୍ବ ପ୍ରସ୍ତୁତି ଅନୁଯାୟୀ ଭଦ୍ରକ ସମାଜ ମଙ୍ଗଳ କାର୍ଯ୍ୟାଳୟରେ ପହଞ୍ଚି ସିଡିପିଓଙ୍କୁ ୧୦ ହଜାର ଟଙ୍କା ଦେବା ପାଇଁ ଆସିଥିବା ବେଳେ ସୁପରଭାଇଜର ସୁଲଚନା ବେହେରାଙ୍କୁ ଟଙ୍କା ଦେବାକୁ କହିଥିଲେ ସିଡିପିଓ । ଏହି ସମୟରେ ଆଗରୁ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ଦୁଇ ଅଧିକାରୀଙ୍କୁ ଗିରଫ କରିବା ସହିତ ଟଙ୍କା ଜବତ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।

Exit mobile version