
ଡୋମିନିକା: ୧୨ ତାରିଖରୁ ଆରମ୍ଭ ହୋଇଥିବା ଭାରତ ଓ ୱେଷ୍ଟଇଣ୍ଡିଜ ଟେଷ୍ଟ ମ୍ୟାଚ ର ଆଜି ହେଉଛି ତୃତୀୟ ଦିନ । ଯୁବ ତାରକା ଯଶସ୍ବୀ ଜୈସ୍ବାଲ ଓ ଅଧିନାୟକ ରୋହିତ ଶର୍ମାଙ୍କ ଚମତ୍କାର ଶତକୀୟ ପାଳି ବଳରେ ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଦୃଢ ସ୍ଥିତିରେ ରହିପାରିଛି । ପ୍ରଥମ ପାଳିରେ ଭାରତ ୧୬୨ ରନରେ ଆଗୁଆ ରହିଛି । ପ୍ରଥମ ଦିନ ଘରୋଇ ଦଳ ୱେଷ୍ଟଇଣ୍ଡିଜ ମାତ୍ର ୧୫୦ ରନରେ ସମସ୍ତ ୱିକେଟ୍ ହରାଇ ପଡ଼ିଆରୁ ବାହାର ହୋଇଥିଲା । ଦ୍ୱିତୀୟ ଦିନରେ ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳ ଆରମ୍ଭ କରି ଆଜି ତୃତୀୟ ଦିନରେ ୩୧୨ ରନ୍ କରି ଦୁଇ ୱିକେଟ୍ ହରାଇଛି । ଅଧିନାୟକ ରୋହିତ ଶର୍ମା ଏବଂ ପଦାର୍ପଣକାରୀ ଯଶସ୍ୱୀ ଜୟସଓ୍ୱାଲ୍ଙ୍କ ଦ୍ବିଶତକ ଭାଗୀଦାରି କରିଛନ୍ତି । ଏହି ଶତକ ସହ ଜୟସଓ୍ୱାଲ ଅନେକ ଏକର୍ଡ ରେ ସାମିଲ ହୋଇଛନ୍ତି। ଟେଷ୍ଟ ପଦାର୍ପଣରେ ଓପନର୍ ଭାବେ ଶତକ ଅର୍ଜନ କରିବାରେ ସେ ତୃତୀୟ ଭାରତୀୟ ହୋଇଛନ୍ତି । ଜୟସଓ୍ୱାଲ୍ ୧୪୩ ରନରେ ଅପରାଜିତ ଥିବା ବେଳେ ବିରାଟ କୋହଲି ୩୬ ରନ କରି କ୍ରିଜରେ ଅଛନ୍ତି । ଦ୍ବିତୀୟ ଦିନ ପୁରା ଖେଳିବା ପରେ ଆଜି ତୃତୀୟ ଦିନରେ ବିନା ୱିକେଟରେ ୮୦ରନରୁ ଖେଳ ଆରମ୍ଭ କରିଥିଲା ଭାରତ । ଦୁଇ ଓପନର ଦର୍ଶନୀୟ ସଟ ଖେଳି ଭାରତୀୟ ରନ ଗାଡିକୁ ଆଗକୁ ନେଇଥିଲେ । ୬୮.୬ ଓଭରରେ ଶତକ ହାସଲ କରିଥିଲେ ଯଶସ୍ବୀ । ଏହା ପରେ ୭୨ ଓଭରରେ ରୋହିତ ଶର୍ମା ଶତକ ହାସଲ କରିଥିଲେ । ଏହା ପରେ ଦଳୀୟ ସ୍କୋର ୨୨୯ ରେ ପହଞ୍ଚିଥିଲା । 75ତମ ଓଭରରେ ରୋହିତ ବ୍ୟକ୍ତିଗତ ୨୨୧ ବଲରୁ ୧୦୩ ରନ କରି ଏଲିକ ଆଥାଞ୍ଜିଙ୍କ ଶିକାର ହୋଇଥିଲେ । ଏହା ପରେ ତୃତୀୟ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ଶୁଭମନ ଗିଲ୍ । ମାତ୍ର 6 ରନ କରି ଆଉଟ ହୋଇଥିଲେ ଶୁଭମନ । ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ବିରାଟ କୋହଲି । ଯେ କି ଏବେ ବି ଯଶସ୍ବୀ ଙ୍କ ସହ ପିଚ୍ ରେ ଅପରଜୟ ରହିଛନ୍ତି।