
ଏବେ ଜୋର ଧରିବାରେ ଲାଗିଛି ଭାରତ-ଚୀନ ସୀମା ବିବାଦ l ତେବେ ୪ ମାସ ପରେ ପୁଣି ବସିବା ପାଇଁ ଯାଉଛି ଭାରତ-ଚୀନ ସୀମା ବିବାଦକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ଭାରତ ଓ ଚୀନ ମଧ୍ୟରେ ବସିବ ମିଲିଟାରୀ କମାଣ୍ତରସ୍ତରୀୟ ବୈଠକ । ଭାରତ ପକ୍ଷରୁ ନେତୃତ୍ୱ ନେବେ ଲେଫ୍ଟନାଣ୍ଟ ଜେନେରାଲ ରସିମ୍ ବାଲି । ତେବେ ଉଭୟ ଦେଶର ସୀମା ବିବାଦକୁ ନେଇ ଏହା ୧୯ ତମ ସାମରିକ ବୈଠକ । ଭାରତୀୟ ସୀମାନେ ଥିବା ଚୁସୁଲ ମୋଲଡା-ବର୍ଡର ପଏଣ୍ଟରେ ଏହି ବୈଠକ ଆୟୋଜିତ ହେବା ନେଇ ସୂଚନା ରହିଛି । ଏହା ପୂର୍ବରୁ ଅପ୍ରେଲ ୨୩ରେ ଏତ କମାଣ୍ତରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।ଲେଫ୍ଟନାଣ୍ଟ ଜେନେରାଲ ରସିମ ବାଲିଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଥିବା ଏହି ବୈଠକରେ ବିଦେଶ ମନ୍ତ୍ରାଳୟ ଏବଂ ଆଇଟିବିପିର ଅଧିକାରୀ ମାନେ ମଧ୍ୟ ସାମିଲ ହେବା ନେଇ ସୂଚନା ରହିଛି । ଅନ୍ୟପକ୍ଷ ଚିନର ପ୍ରତିନିଧିତ୍ୱ କରିବେ ସିନଜିଆଙ୍ଗ ମିଲିଟାକି ଡିଷ୍ଟ୍ରିକ୍ଚର କମାଣ୍ତ । ସୂଚନା ଥାଉ ଲଦାଖରୁ ଅରୁଣାଚଳ ପ୍ରଦେଶ ଯାଏଁ ୩ ହଜାର ୪୮୮ କିମି କିମ୍ବା ଏଲଏସିରେ ଚୀନ ସେନାର ଗିତିବିଧି ବଢିବାରେ ଲାଗିଛି ।ସୂଚନାଥାଉ ଯେ, ଗତ ଜୁଲାଇ ୨୪ ତାରିଖ ବ୍ରିକ୍ସର ନେସନାଲ ସିକ୍ୟୁରିଟି ଆଡଭାଇଜର ସ୍ତରୀୟ ବୈଠକରେ ଏନଏସଏ ଅଜିତ ଡୋଭାଲ ଏ ମାମଲାରେ ଚୀନ ବିଦେଶ ମନ୍ତ୍ରୀ ୱାଙ୍କ ୱିଙ୍କ ସହ ଆଲୋଚନ କରିଥିଲେ । ଆଗକୁ ବ୍ରିକ୍ସ ସମ୍ମିଳନୀରେ ଭାରତ ପ୍ରଧାନମନ୍ତ୍ରୀ ଓ ଚୀନ ରାଷ୍ଟ୍ରପତିଙ୍କ ମଧ୍ୟରେ ହେବା ପାଇଁ ଥିବା ଆଲୋଚନା ପୂର୍ବରୁ ଆଜିର ଏହି କୋର-କମାଣ୍ତରସ୍ତରୀୟ ବୈଠକ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।