Site icon UTKAL PRATIDIN

ଭାରତ-ଆମେରିକା ମିଶି ନିର୍ମାଣ କରୁଛନ୍ତି ଏକ ଶାନ୍ତି ପୂର୍ଣ୍ଣ ବିଶ୍ୱ ସମୁଦାୟ

7

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବେ ଆମେରିକା ଗସ୍ତରେ ଅଛନ୍ତି। ସେଠାରେ ଭାରତୀୟ ଆମେରିକୀୟ ସମ୍ପ୍ରଦାୟର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଅର୍ଥମନ୍ତ୍ରୀ କହିଛନ୍ତି, ଭାରତ ଏବଂ ଆମେରିକା ମିଳିତ ଭାବେ ଏକ ଶକ୍ତିଶାଳୀ, ଶାନ୍ତପୂର୍ଣ୍ଣ ଏବଂ ସୁସଂଗତ ବିଶ୍ୱ ସମୁଦାୟର ମୂଳଦୁଆ ପକାଇଛନ୍ତି।

ସେ କହିଛନ୍ତି ଯେ ଆମେ (ଭାରତ ଓ ଆମେରିକା) ବିବିଧତା, ସମାବେଶକୁ ପାଳନ କରୁ ଏବଂ ଅନେକ ସକରାତ୍ମକ ଚିନ୍ତାଧାରା ବାଣ୍ଟୁ। ଆମେରିକା ସ୍ଥିତ ଭାରତୀୟ ଦୂତାବାସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିର୍ମଳା ସୀତାରମଣ କହିଛନ୍ତି ଆମେ ଏକାଠି ଉତ୍ସବ ପାଳନ କରୁଛି ଆଉ ଏହା ହେଉଛି ତାହା ଯାହା ଭାରତ ଓ ଆମେରିକାକୁ ଚଳାଉଛି। ଉଭୟ ଲୋକତନ୍ତ୍ରରେ ସକରାତ୍ମକ ସମ୍ପର୍କ ରହିଛି।

ଆଉ ଆମେ ଅନେକ ଚ୍ୟାଲେଞ୍ଜକୁ ପରସ୍ପର ସହ ବାଣ୍ଟୁ, ସେଥିମଧ୍ୟରୁ କିଛି ଆଭ୍ୟନ୍ତରୀଣ, କିନ୍ତୁ ଆମେ ଏହି ଅସୁବିଧା ଗୁଡିକୁ ଆମ ଉପରେ ପ୍ରାଧାନ୍ୟ ଦେବାକୁ ଦେବୁ ନାହିଁ। ଭାରତ ଓ ଆମେରିକା ଏକତ୍ର ଏକ ଶାନ୍ତିପୂର୍ଣ୍ଣ ଏବଂ ଶକ୍ତିଶାଳୀ ବିଶ୍ୱ ଗଠନ କରୁଛନ୍ତି , ତେଣୁ ଆମେରିକାରେ ଥିବା ମୂଳ ଭାରତୀୟଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Exit mobile version