Site icon UTKAL PRATIDIN

ଭାରତୀୟ ଜନତା ପାର୍ଟି ମଣ୍ଡଳ ସମାବେଶ, ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ।

photo_6172607211629557468_y

ଭାରତୀୟ ଜନତା ପାର୍ଟି କରଞ୍ଜିଆ ନଗର ମଣ୍ଡଳ ପକ୍ଷରୁ ବିଭିନ୍ନ କର୍ମକର୍ତ୍ତା ଓ କର୍ମୀ ମାନଙ୍କୁ ନେଇ ଏକ ମଣ୍ଡଳ ସମାବେଶ ଆଜି ଅପରାହ୍ନରେ ଏନ୍ ଏ ସି କଲ୍ୟାଣ ମଣ୍ଡପ ଠାରେ ଦଳ ନଗର ମଣ୍ଡଳ ସଭାପତି ମହେଶ୍ୱର ସାହାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଜନାର୍ଦ୍ଦନ ବେହେରା ପରିଚାଳନା କରିଥିବାବେଳେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଯୋଗଦାନ କରିଥିବା ବେଳେ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ନବ ଚରଣ ମାଝୀ, ବରିଷ୍ଠ ନେତା କୃପାସିନ୍ଧୁ ମହାନ୍ତ, ବାଞ୍ଛାନିଧି ପୃଷ୍ଟି,ନଵ କିଶୋର ପଣ୍ଡା,ପୁର୍ବତନ କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇଵୃ, କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ସଞ୍ଜିବ ମହାନ୍ତି,ସଂଯୋଜକ ସୁକଦେବ ମହାନ୍ତ, ଜିଲ୍ଲା ସମ୍ପାଦକ ବିମଲ ସେନାପତି, ଲକ୍ଷ୍ମୀକାନ୍ତ ରାମ, ସମ୍ପାଦିକା ସୁନାମଣି ହୋ, ବିଧାନସଭା ନିର୍ବାଚନ ମଣ୍ଡଳୀ ସଂଯୋଜକ ଶିବାଜୀ ଗୈାତମ ବର୍ମା ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ମହାନ୍ତ ଏବଂ ଜିଲ୍ଲା ଆଦିବାସୀ ମୋର୍ଚା ସାଧାରଣ ସମ୍ପାଦକ ଯୁଗଳ ନାଏକ ଯୋଗଦେଇ ଆଗାମୀ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ମୋ ବୁଥ ସବୁଠୁ ମଜଭୁତ,ଜନ ସମ୍ପର୍କରୁ ଜନସମର୍ଥନ ଓ ନଵ ନିର୍ମାଣ ଗରୀବ କଲ୍ୟାଣ କିପରି କର୍ମକର୍ତ୍ତା ଓ କର୍ମୀ ମାନେ କରିପାରିବେ ସେ ବିଷୟରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ପରେ ପରେ ଉପସ୍ଥିତ ସମସ୍ତେ ଜାତୀୟ ସଂଗୀତ ଗାନ କରିଥିଲେ ଏବଂ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା। ପରିଶେଷରେ ଆଶିଷ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ମୟୁରଭଞ୍ଜ କରଞ୍ଜିଆ ରୁ ଜିତେନ୍ଦ୍ର ରାଜ ଙ୍କ ରିପୋର୍ଟ

Exit mobile version