
ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ।ଏହି ଦିବସ ଅବସରରେ ଶିମିଳିପାଳ ସୁରକ୍ଷା ପାଇଁ ମିନି ମାରାଥନ୍ ଆୟୋଜିତ ହୋଇଛି।ବାଘଙ୍କ ବଂଶ ବୃଦ୍ଧି ସହ ବାଘ ସଂରକ୍ଷଣ ଉଦେଶ୍ୟରେ ଏହି ଦିବସ ପାଳନ କରଯାଉଛି । ସମସ୍ତ ପର୍ଯ୍ୟଟକଙ୍କ ପସନ୍ଦ ହୋଇଥାନ୍ତି ବାଘ ।ସେଥିପାଇଁ ବ୍ୟାଘ୍ର ଦିବସ ଅବସରରେ ନନ୍ଦନକାନନ ରେ ବାଘ ସଂରକ୍ଷଣ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି ।ନନ୍ଦନକାନନର ପ୍ରାକୃତିକ ପରିବେଶ ପ୍ରତି ଆକୃଷ୍ଟ ହୋଇ ଚନ୍ଦକା ଅଭୟାରଣ୍ୟରୁ ଜଙ୍ଗଲୀ ବାଘ ମାନଙ୍କର ଅନୁପ୍ରବେଶ ହେଉଛି ।ନନ୍ଦନକାନନ ବାଘୁଣୀ ପ୍ରତି ଆକୃଷ୍ଟ ହୋଇ ଖୁଆଡ ମଧ୍ୟକୁ ପ୍ରବେଶ କରିଥିବା ସୂଚନା ମିଳିଥିଲା ।
ସେଣ୍ଟ୍ରାଲ ଜୁ ଅଥରିଟିରୁ କଳବାଘ ସଫାରୀ ପାଇଁ ଅନୁମତି ମିଳିଛି ।ବାରିପଦା ନନ୍ଦନକାନନ ରେ ମଧ୍ୟ କଲା ବାଘ ଛଡ଼ାଯିବ ବୋଲି CZA ପକ୍ଷରୁ ସୂଚନା ଦିଆଯାଇଛି।ଚଳିତବର୍ଷ ଶେଷ ସୁଦ୍ଧା ଏହି ସଫାରୀ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ବୋଲି ବନ୍ୟପ୍ରାଣୀ ପିସିଏସଏଫ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି ।