Site icon UTKAL PRATIDIN

ବିଷ ପିଇଲେ ମହିଳା ପୋଲିସ୍ ଏସଆଇ ବଲାଙ୍ଗୀର

photo_6285106329395771254_x

ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମହିଳା ପୋଲିସ୍ ଏସଆଇ । ଏହା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସଇଁତଳା ଥାନାରେ କାର୍ଯ୍ୟରତ ଏସଆଇ କାଜଲ ବାଗ ବିଷ ଖାଇଦେଇଥିବା ଜଣାପଡିଛି । ଏହା ପରେ ଗୁରୁତର ଅବସ୍ଥାରେ ମହିଳା ପୋଲିସ ଅଧିକାରୀ କାଜଲ ବାଗଙ୍କୁ ପୋଲିସ୍ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲର ମହିଳା ବିଭାଗରେ ଭର୍ତ୍ତି କରିଥିବା ଜଣାପଡିଛି । ସେ ସଇଁତଲା ଗୋପବନ୍ଧୁ ପଡ଼ାରେ ଏକ ଭଡାଘରେ ରହୁଥିଲେ ବୋଲି ଖବର ମିଳିଛି । ତେବେ ସେ କାହିଁକି ବିଷ ଖାଇଛନ୍ତି ତା’ର ପ୍ରକୃତ କାରଣ ଜଣାପଡ଼ିନାହିଁ । ସୂଚନାଥଆଉକି, ସଇଁତଲା ଥାନାରେ ଟ୍ରେନି ସବ ଇନିସ୍ପେକ୍ଟର ଭାବରେ କାର୍ଯ୍ୟ କରୁଥିବା ମହିଳା ପୋଲିସ ଜଣକ ନିଜ କାମ ନିଜ ଘରକୁ ଯାଇଥିଲି । କିନ୍ତୁ ସକାଳୁ ସେ ଠିକ ସମୟରେ ନ ଉଠିବାରୁ ପାଖ ଲୋକେ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ । ମହିଳା ଅଧିକାରୀ ଜଣକ ନିଜ ବଏଫ୍ରେଣ୍ଡଙ୍କ ଯୋଗୁଁ ବିଷପାନ କରି ଗୁରୁତର ହୋଇପଡିଛନ୍ତି ବୋଲି କୁହାଯାଉଛି ସନ୍ଦେହ କରାଯାଉଛି । ଭଡା ଘରେ କାହା ସହିତ ଫୋନରେ ପାଟିତୁଣ୍ଡ କରିଥିଲେ କାଜଲ । ତାପରେ ମଶାମରା ତେଲ ଖାଇ ଦେଇଥିବା ଜଣାପଡିଛି । ରାତିରେ ମହିଳା ଏସଆଇ ଜଣକ କାହା ସହିତ ଜୋରରେ ପାଟି କରି କଥା ହେଉଥିବାରୁ ଶୁଣିଥିବା ପଡ଼ୋଶୀ କହିଛନ୍ତି । ବୋଧହୁଏ ତାଙ୍କ ବୟଫ୍ରେଣ୍ଡ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ତା ପରେ ବୋଧହୁଏ ସେ ମଶା ମାରିବାର ଲିକ୍ୟୁଡ୍ ପିଇ ଦେଇଥିଲେ । ଏ ସଂପର୍କରେ ଖବର ପାଇବା ପରେ ଥାନାରୁ କନଷ୍ଟେବଳମାନେ ଆସି ଏସଆଇଙ୍କୁ ଉଦ୍ଧାର କରିଥିଲେ ଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଏହି ଘଟଣାକୁ ଗୋପନ ରଖିବାକୁ ଜିଲ୍ଲା ପୋଲିସ୍‌ ବିଭାଗ ପକ୍ଷରୁ ଯଥା ସମ୍ଭବ ଚେଷ୍ଟା କରାଯାଉଛି । ଏପରିକି ଗଣମାଧ୍ୟମ ପ୍ରତିନିଧୀଙ୍କୁ କାଜଲ ବାଗଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ସୂଚନା ନ ଦେବାକୁ କଡ଼ାକଡ଼ି ଭାବେ କୁହାଯାଇଛି ।

Exit mobile version