ବେଜିଂ : ଚୀନର ନୌସେନା ବିଶ୍ୱର ସବୁଠାରୁ ଶକ୍ତିଶାଳୀ କଏଲ ଗନର ପରୀକ୍ଷଣ କରିଛି । ଏହି ଗନ ଏତେ ଶକ୍ତିଶାଳୀ ଯେ, ୩୫୪୦ କିଲୋମିଟର ପ୍ରତି ଘଂଟା ବେଗରେ ଏଥିରେ ଗୁଳି ଯାଇପାରିବ । ଏହା ଏତେ ମାତ୍ରାରେ ସଠିକ ଓ ବିନାଶକାରୀ ଅସ୍ତ୍ର ଯେ, ଏଥିରୁ ବର୍ତିବା ଏକ ପ୍ରକାର ଅସମ୍ଭବ ବୋଲି ବିବେଚନା କରାଯାଉଛି । ପ୍ରଥମେ ନୌସେନା ଏହାକୁ ୭୦୦ କିଲୋମିଟର ପ୍ରତି ଘଂଟା ବେଗରେ ପରୀକ୍ଷଣ କରିଥିଲା । ୧୨୪ କିଲୋଗ୍ରାମ ଓଜନର ବିସ୍ଫୋରକ ନେଇ ଏହା ମାତ୍ର ୦.୦୫ ସେକେଣ୍ଡରେ ଟାର୍ଗେଟ ନିକଟରେ ପହଞ୍ଚିଥିଲା । ଚୀନ ବୈଜ୍ଞାନିକଙ୍କ ମତରେ ଚୁମ୍ବକୀୟ କ୍ଷେତ୍ରକୁ ଶକ୍ତିରେ ପରିଣତ କରି ଏହା ନିର୍ମାଣ କରାଯାଇଛି । ସେମାନଙ୍କ କହିବା ଅନୁଯାୟୀ ଏହା ତାଙ୍କ ପାଇଁ ଏକ କ୍ରାନ୍ତିକାରୀ ସଫଳତା । ଏହାର ବେଗ ବହୁ ମାତ୍ରାରେ ବଢ଼ାଯାଇ ପାରିବ ବୋଲି ସେମାନେ କହିଛନ୍ତି । ଏହା ମାଧ୍ୟମରେ ରକେଟ ମଧ୍ୟ ଉତକ୍ଷେପଣ କରାଯାଇପାରିବ ବୋଲି କୁହାଯାଇଛି । ଚୀନର ଏହି ପରୀକ୍ଷଣ ଅନ୍ୟ ଦେଶ ପାଇଁ ଏକ ଚିନ୍ତାର କାରଣ ପାଲଟିଛି । ଚୀନର ଏପରି ଏକ ଶକ୍ତିଶାଳୀ ଶାସ୍ତ୍ର ନିର୍ମାଣ ଯୋଗୁଁ ଦେଶ ଦେଶ ମଧ୍ୟରେ ଏବେ ମାରାତ୍ମକ ଅସ୍ତ୍ରଶସ୍ତ୍ର ନିର୍ମାଣରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି । ଏହି ଶକ୍ତିଶାଳୀ କଏଲ ଗନ ନିର୍ମାଣ ଦ୍ୱାରା ଚୀନ ନୌସେନା ଏବେ ଆହୁରି ଶକ୍ତିଶାଳୀ ହୋଇଯାଇଛି l
ବିଶ୍ୱର ସବୁଠାରୁ ଶକ୍ତିଶାଳୀ କଏଲ ଗନ ପରୀକ୍ଷ କଲା ଚୀନ
