
ବିଧାନସଭା ଅଧିବେଶନର ଆଜି ଥିଲା ତୃତୀୟ ଦିନ । ତେବେ ସୁରୁଖୁରୁରେ ଚାଲିପାରିନଥିଲା ଗୃହ। ଆଜି ମଧ୍ୟ ହଟ୍ଟଗୋଳ କରିଥିଲେ ବିରୋଧୀ । ବିରୋଧୀ ଦଳଙ୍କ ହଙ୍ଗାମା ଯୋଗୁଁ ପ୍ରଥମ ପର୍ଯ୍ୟାୟରେ ଗୃହ କାର୍ଯ୍ୟ ମୁଲତବୀ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ମାତ୍ର ବିରୋଧୀ ନିଜ ଜିଦିରେ ଅଟଳ ଥିବା ଯୋଗୁଁ ଆଜି ଗୃହ କାର୍ଯ୍ୟ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା ।
ତେବେ ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଥିଲା ହଙ୍ଗାମାର ମୂଳ ଉଦେଶ୍ୟ ।ଏହାକୁ ଭିତ୍ତି କରି ଉଭୟ କଂଗ୍ରେସ ଓ ବିଜେଡି ବିଧାୟକ ଗୃହରେ ହୋ ହାଲ୍ଲା କରିଥିଲେ ।ଫଳରେ ପ୍ରଶ୍ନକାଳ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ଉଭୟ ବିରୋଧୀ କକ୍ଷ ତ୍ୟାଗ କରିଥିଲେ ।ଗୃହକୁ ସୁଚାରୁ ରୂପେ ଚଲେଇବା ପାଇଁ ବାଚସ୍ପତି ଆଜି ପ୍ରଥମ ପର୍ଯ୍ୟାୟରେ ବୈଠକ ଡାକିଥିଲେ ମଧ୍ୟ ତାହା କାମ ଦେଇ ନଥିଲା ।