Site icon UTKAL PRATIDIN

ବିମାନରେ ବୋମା ଥିବା ଧମକ

WhatsApp Image 2023-08-28 at 17.31.38

ଆଜି ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ଏକ ‘ଇଣ୍ଡିଗୋ’ ବିମାନରେ ବୋମା ଥିବା ବିଷୟରେ ଫୋନ୍ ଆସିବାରୁ ସେଥିରେ ଥିବା ଯାତ୍ରୀମାନଙ୍କୁ କୋଚି ବିମାନ ବନ୍ଦରରେ ଓହ୍ଲାଇ ଦିଆଯାଇଥିବା କଥା ବିମାନ ବନ୍ଦର ସୂତ୍ରରୁ ଉଦ୍ଧାର କରି ‘ପିଟିଆଇ’ ରିପୋର୍ଟ କରିଛି।
ରିପୋର୍ଟ ଅନୁସାରେ, ସକାଳ ପ୍ରାୟ ୧୦.୩୦ରେ ‘୬ଇ୬୪୮୩’ ବିମାନ କୋଚି ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବାକୁ ପ୍ରସ୍ତୁତି କରୁଥିବା ବେଳେ ସକାଳ ପ୍ରାୟ ୧୦.୩୦ରେ ଉକ୍ତ କଲ୍‌ ଆସିଥିଲା। ଏହାପରେ ବିମାନର ସବୁ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇ ଅଧିକ ଯାଞ୍ଚ ଲାଗି ଉକ୍ତ ବିମାନକୁ ଏକ ପୃଥକ୍‌ ‘ୱେ ’କୁ ନିଆଯାଇଥିଲା। ବ‌ୋମା ଧମକ ଆସିଥିବା କଥା ନେଦୁବାସେରି ପୁଲିସ ମଧ୍ୟ ସୁନିଶ୍ଚିତ କରି କହିବା ସହିତ ଘଟଣାର ତଦନ୍ତ ଲାଗି ଟିମ୍‌ ପଠାଯାଇଥିବା କଥା ସୂଚନା ଦେଇଛି।
ଉଲ୍ଲେଖଯୋଗ୍ୟ, ଯେ ଏହା ପୂର୍ବରୁ ମଧ୍ୟ ବୋମା ଅଛି ବୋଲି ଧମକ କଲ୍‌ ଆସିବାରୁ ଅଗଷ୍ଟ ୧୮ ତାରିଖ ଦିନ ଦିଲ୍ଲୀ-ପୁନେ ଭିସ୍ତାରା ଏୟାର୍‌ଲାଇନ୍‌ସ୍‌ ବିମାନ ଉଡ଼ାଣରେ ୮ ଘଣ୍ଟା ବିଳମ୍ବ ଘଟିଥିଲା । ପରେ ତାହା ମିଥ୍ୟା ଧମକ ବୋଲି ଜଣାପଡ଼ିଲା ବୋଲି ନିରାପତ୍ତା ସୂତ୍ର ଓ ପୁଲିସ କହିଥିଲେ। ଆଜି ପୁଣି ଏପରି ଏକ ଘଟଣା ସାମ୍ନାକୁ ଆସିଛି l

Exit mobile version