Site icon UTKAL PRATIDIN

ବିନା ଆଧାର କାର୍ଡରେ ସ୍କୁଲ ରେ ନାମ ଲେଖାଇ ପାରିବେ ଛାତ୍ରଛାତ୍ରୀ

photo_6237710072499254757_y

ଭୁବନେଶ୍ୱର : ରାଜ୍ୟର କୌଣସି ବି ବିଦ୍ୟାଳୟରେ ନାମଲେଖା ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ । ମଙ୍ଗଳବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଏଇ ମାମଲା ରେ ସବୁ ଜିଲ୍ଲା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ଚଳିତବର୍ଷ ଶିକ୍ଷା ଆରମ୍ଭ ହୋଇ ସାରିଥିବା ବେଳେ ନାମଲେଖା ଏବେ ମଧ୍ୟ ଜାରି ରହିଛି । ନାମଲେଖାକୁ ସହଜ ଓ ସରଳ କରିବା ଲାଗି ପୂର୍ବରୁ ନିର୍ଦ୍ଦେଶ ଦିଆ ଯାଇଥିଲା । କେତେକ ସ୍କୁଲରେ ଅଭିଭାବକଙ୍କୁ ପିଲାଙ୍କ ନାମଲେଖା ସମୟରେ ପ୍ରଧାନଶିକ୍ଷକ ଆଧାରକାର୍ଡ ମାଗୁଥିବା ସାମ୍ନାକୁ ଆସିଛି । ତେବେ ବିଦ୍ୟାଳୟ ରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ । ବିନା ଆଧାରକାର୍ଡରେ ମଧ୍ୟ ନାମଲେଖା ହୋଇ ପାରିବ ବୋଲି ସଚିବ ସବୁ ଜିଲ୍ଲାର ଡିଇଓଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ସଚିବ ଚିଠିରେ ଲେଖିଛନ୍ତି, ନାମଲେଖା ପାଇଁ ଆଧାରକାର୍ଡ ଆବଶ୍ୟକତା ନାହିଁ । ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀ ଜିଲ୍ଲାର ଅଧିକାରୀଙ୍କୁ ଯୋଗାଯୋଗ କରି ଆଧାର କାର୍ଡ ସଂଗ୍ରହ କରି ପାରିବେ ବୋଲି କୁହାଯାଇଛି । ଏନେଇ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଜଣାଇବାକୁ ଡିଇଓଙ୍କୁ ଚିଠି ଲେଖିଛନ୍ତି ବିଭାଗୀୟ ସଚିବ ।

Exit mobile version