Site icon UTKAL PRATIDIN

ବିଧାୟକଙ୍କ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ

photo1691390050

 
ଭୁବନେଶ୍ୱର : ମୟୁରଭଞ୍ଜ ବିଧାୟକଙ୍କ ଝିଆରୀର ମୃତଦେହ ଉଦ୍ଧାର କରାଯାଇଛି l ଭୁବନେଶ୍ୱର ସ୍ଥିତ ବିଧାୟକ କଲୋନୀରେ ଥିବା ବିଧାୟକଙ୍କ ବାସ ଗୃହରୁ ମୃତଦେହ ଉଦ୍ଧାର କରାଯାଇଛି l ଏଠାରେ ଦୀର୍ଘ ଏକ ବର୍ଷ ହବ ସେ ନିଜ ଭାଇଙ୍କ ସହ ରହି ଭୁବନେଶ୍ୱରର ଏକ ଘରୋଇ କଲେଜରେ ଯୁକ୍ତ ଦୁଇ କଳା ପାଠ ପଢୁଥିଲେ l ସୂଚନା ଅନୁସାରେ ଗତ ଶନିବାର ଦିନ ସେ ରାତିରେ ପାଠପଢା ସାରି ଶୋଇବାକୁ ଯାଇଥିଲେ l ରବିବାର ସଖାଳୁ ଆଉ କବାଟ ଖୋଲି ବାହାରକୁ ନଆସିବାରୁ ସନ୍ଦେହ କରି କବାଟ ଭାଙ୍ଗି ଦେଖିବାରୁ ତାଙ୍କର ମୃତ୍ୟୁ ହୋଇସାରିଛି l ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି l ତେଣୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି l ହେଲେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଏବେ ସ୍ପଷ୍ଟ ହୋଇନାହିଁ l ପୋଲିସ ଶବକୁ ଜବଦ କରି ବ୍ୟବଛେଦ ନିମନ୍ତେ ପଠାଇଛି l ଶବ ବ୍ୟବଚ୍ଛେଦର ରିପୋର୍ଟକୁ ଅପେକ୍ଷା ରହିଛି l ଏହା ସହ ପୋଲିସ ଏବେ ତଦନ୍ତ ଜାରି ରଖିଛି l ପରିବାର ଲୋକଙ୍କୁ ପଚରାଉଚରା କରୁଛି ପୋଲିସ l ତେବେ ଖୁବ ଶୀଘ୍ର ମୃତ୍ୟୁ ପଛର ରହସ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି l

Exit mobile version