
ଆଜି ଥିଲା ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ ,ଦ୍ୱିତୀୟ ଦିନରେ ମଧ୍ୟ ଗୃହକାର୍ଯ୍ୟ ସୁଚାରୁ ରୂପେ ଚାଲିବାକୁ ଦେଇନଥିଲେ ବିରୋଧୀ । ଗୃହରେ ହୋ ହାଲ୍ଲା କରିଥିଲେ ଉଭୟ ବିଜେଡି ଓ କଂଗ୍ରେସ ଦଳର ବିଧାୟକ। ଆଜି ବିଧାନସଭାରେ ବିଭିନ୍ନ ପ୍ରସଙ୍ଗ ଉଠାଇ ଉଭୟ ବିରୋଧୀ ସରକାରଙ୍କୁ କରିଛନ୍ତି ଟାର୍ଗେଟ ।ରାଜ୍ୟପାଳଙ୍କ ପୁଅ ଜଣେ ଓଡ଼ିଆ ଏଏସଓଙ୍କୁ ମାଡ ମାରିବା ଘଟଣାରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆ ନଯିବାକୁ ନେଇ ଗୃହରେ ବିବାଦ କରିଥିଲେ ଉଭୟ ବିରୋଧୀ ଦଳର ବିଧାୟକ । ଓଡ଼ିଆଙ୍କୁ ମାଡ ମାରିଲା ବେଳେ କୁଆଡେ ଗଲା ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ ପଚାରି ସରକାରଙ୍କୁ ଟାର୍ଗେଟ କରିଥିଲେ ଉଭୟ କଂଗ୍ରେସ ଓ ବିଜେଡି ।ରାଜନଗର ବିଜେଡି ବିଧାୟକ ଧ୍ରୁବ ସାହୁ ବାଚସ୍ପତି ସୁରମା ପାଢୀଙ୍କ ପୋଡିୟମ ନିକଟକୁ ଯାଇ ତାଙ୍କ ମାଇକ୍ ଟାଣି ଆଣିଥିଲେ । ମାଇକଟି ତଳେ ପଡିଯିବାରୁ ଭାଙ୍ଗିଯାଇଥିଲା । ଫଳରେ ଗୃହରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ ଗୃହକାର୍ଯ୍ୟ ୪ଟା ପର୍ଯ୍ୟନ୍ତ ମୁଲତବୀ ରହିଥିଲା ।