
ନୂଆଦିଲ୍ଲୀ: ଅନେକ ବିବାଦ ପରେ ଶେଷରେ ନାଶନାଲ ଟେଷ୍ଟିଙ୍ଗ ଏଜେନ୍ସି NTA ର ନିଟ ୟୁଜିର ସଂଶୋଧିତ ପରୀକ୍ଷା ଫଳ ପ୍ରକାଶ ପାଇଛି | ଏହି ସଂଶୋଧିତ ପରୀକ୍ଷା ଫଳରେ ୧୭ ଜଣ ପରୀକ୍ଷାର୍ଥୀ ଶୀର୍ଷ ସ୍ଥାନରେ ଅଛନ୍ତି | ପ୍ରଥମରେ ୬୧ ଜଣ ଶୀର୍ଷ ସ୍ଥାନରେ ଥିବା ବେଳେ ଏବେ ୪୪ ଜଣଙ୍କୁ ବଡ଼ ଦିଆଯାଇଛି |
୧୭ ଜଣ ଟପ୍ପରଙ୍କ ମଧ୍ୟରେ ୪ ଜଣ ଛାତ୍ରୀ ଅଛନ୍ତି | ଏବେ ମହିଳା ଟପରଙ୍କ ପ୍ରତିଶତ ୧୬%ରୁ ୨୩%କୁ ବଢିଯାଇଛି | ତେବେ ଶୀର୍ଷ ୧୦୦ଜଣଙ୍କ ମଧ୍ୟରେ ମହିଳାଙ୍କ ପ୍ରତିଶତ ୨୨ ରହିଛି | ଟପରଙ୍କ ତାଲିକାରେ ରାଜସ୍ଥାନରୁ ୪, ମହାରାଷ୍ଟ୍ରରୁ ୩, ଦିଲ୍ଲୀ ଓ ଉତ୍ତରପ୍ରଦେଶରୁ ୨ ଜଣ ଲେଖାଏ ପ୍ରାର୍ଥୀ ଅଛନ୍ତି | ଅନ୍ୟ ୬ ଜଣ କେରଳ, ଚଣ୍ଡିଗଡ, ତାମିଲନାଡୁ, ପଞ୍ଜାବ, ବିହାର, ପଶ୍ଚିମବଙ୍ଗର ଅଟନ୍ତି |
ସଂଶୋଧିତ ଫଳାଫଳ ଅନୁସାରେ ୬ ଜଣ ପ୍ରାର୍ଥୀ ୭୧୬ ନମ୍ବର ରଖିଛନ୍ତି ଏବଂ ୭୭ ଜଣ ୭୧୫ ନମ୍ବର ରଖିଛି |