Site icon UTKAL PRATIDIN

ବାପା ହେବାକୁ ଚାହୁଁଛନ୍ତି ସଲମନ; କିନ୍ତୁ ଆଇନ୍ ସାଜିଛି ପ୍ରତିବନ୍ଧକ

2

ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ୍‌ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି। ନିଜ ବାଦଶାହ ଭଳି ଲାଇଫ୍‌ଷ୍ଟାଇଲ୍‌ ଯୋଗୁ ମଧ୍ୟ ସେ ସବୁବେଳେ ଲାଇମ୍‌ ଲାଇଟ୍‌ରେ ରହିଥାନ୍ତି। ବଲିଉଡ୍‌ର ଜଣେ ବଡ଼ ଷ୍ଟାର ଭାବେ ପରିଚିତ ସଲମାନଙ୍କର ଘରଠାରୁ ଆରମ୍ଭ କରି ଗାଡ଼ି ପର୍ଯ୍ୟନ୍ତ ସବୁ କିଛି ଲଗ୍‌ଜୁରି। ସେ ଏକ ଲଗ୍‌ଜ୍ୟୁରିୟସ୍‌ ଲାଇଫ୍‌ ବଞ୍ଚନ୍ତି।

ରୟାଲ ଲାଇଫ୍‌ ବଞ୍ଚୁଥିବା ସଲମାନ ଖାନ୍‌ ନିଜ ପରିବାରକୁ ବହୁତ ହି ଭଲପାନ୍ତି। ତେବେ ବଲିଉଡ ଅଭିନେତା ସଲମାନ ଖାନ୍‌ ଛୋଟ ପିଲାଙ୍କୁ କେତେ ଭଲ ପାଆନ୍ତି ସେ କଥା ସମସ୍ତଙ୍କୁ ଜଣା।ନିକଟରେ ଏକ ଟଭି ସୋ’ରେ ଯୋଗଦେଇ ସେ କହିଛନ୍ତି ଯେ, ତାଙ୍କର ବାପା ହେବା ଯୋଜନା ଥିଲା। ତେବେ ବର୍ତ୍ତମାନର ଆଇନ ଅନୁସାରେ ଭାରତରେ ଏହା ସମ୍ଭବ ହୋଇପାରିବ ନାହିଁ। ଏଥିପାଇଁ କ’ଣ କରିବାକୁ ହେବ ତାହା ଦେଖିବା ବୋଲି ସେ କହିଛନ୍ତି। ସଲମାନ ସୋସିଆଲ୍ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି। ଯେଉଁଥିରେ ସେ ତାଙ୍କ ଝିଆରୀ, ପୁତୁରା, ଭଣଜା, ଭାଣିଜୀମାନଙ୍କ ସହିତ ଖେଳୁଥିବାର କିମ୍ବା ସମୟ ଅତିବାହିତ କରୁଥିବର ଦେଖିବାକୁ ମିଳିଥାଏ। ଭଉଣୀ ଅର୍ପିତା, ଅଲଭୀରା ଏବଂ ଭାଇ ସୋହେଲ ଏବଂ ଅରବାଜଙ୍କ ପିଲାମାନଙ୍କ ସହିତ ସେ ପ୍ରାୟତଃ ସମୟ ବିତାଇଥାନ୍ତି।

ସୂଚନା ଥାଉକି, ଏହି ଟଭି ସୋରେ କରନ ଜୋହରଙ୍କ ଦୁଇଟି ପିଲା ଥିବା ସଂପର୍କରେ ପ୍ରଶ୍ନ ହେବାରୁ ସେ ମଧ୍ୟ ଏଭଳି ପ୍ରଚେଷ୍ଟା କରିଥିବା କହିଥିଲେ ସଲମାନ ଖାନ୍‌। ପିଲାଙ୍କ ପ୍ରତି ତାଙ୍କର ଖୁବ୍ ଭଲ ପାଇବା ରହିଛି। କିନ୍ତୁ ପିଲା ଆସିଲେ ମା’ ବି ଆସିବ। ପିଲା ପାଇଁ ମା ଅତ୍ୟନ୍ତ ଭଲ। କିନ୍ତୁ ଆମ ଘରେ ଅନେକ ମା’ ଅଛନ୍ତି ବୋଲି ସଲମାନ କହିଥିଲେ। ସଲମାନ ଖାନଙ୍କ ସିନେମା ‘କିସି କା ଭାଇ କିସି କି ଜାନ ‘ଏବେ ହଲରେ ଚାଲିଛି। ଫରହାଦ୍ ସାମ୍‌ଜୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଉକ୍ତ ସିନେମାରେ ପୂଜା ହେଗ୍‌ଡେ, ଶେହନାଜ୍‌ ଗିଲ, ପଲ୍‌କ ତିୱାରୀ, ସିଦ୍ଧାର୍ଥ ନିଗମ, ଭୂମିକା ଚାୱଲା, ରାଘବ ଜୁୟାଲ ଏବଂ ଜସି ଗିଲ୍ ଆଦି ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏଥିସହିତ ଆଗାମୀ ଦିନରେ ଟାଇଗର ୩ ନାମରେ ତାଙ୍କର ଏକ ସିନେମା ଆସିବ।

ଚଳିତବର୍ଷ ଦୀପାବଳିରେ ଏହା ରିଲିଜ ହେବ। ତାଙ୍କ ସହିତ ଅଭିନେତ୍ରୀ ଭାବେ କାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିବ। ସାମ୍ନାକୁ ଆସିଥିବା ଫିଲ୍ମର ଟିଜରରେ ଅଭିନେତା ସଲମାନ ଖାନ ଓ ଅଭିନେତ୍ରୀ କ୍ୟାଟ୍ରିକା କୈଫ୍‌ ପୁଣି ଥରେ ଆକ୍ସନ ମୁଡ୍‌ରେ ନଜର ଆସିଛନ୍ତି। ଏଥି ସହିତ ଟିଜରରେ ଫିଲ୍ମର ପ୍ରଥମ ଦୁଇ ଭାଗର ଝଲକ୍‌ ମଧ୍ୟ ନଜର ଆସୁଛି। ଟିଜର ଦେଖିଲା ପରେ ଅନୁମାନ କରାଯାଉଛି କି, ଫିଲ୍ମ ଦମ୍‌ଦାର ଆକ୍ସନରେ ଭରପୂର ହେବ।

Exit mobile version