
ବାଇକ ରାଇଡରେ ରାହୁଲ ଗାନ୍ଧୀ ଲଦାଖରେ ବାଇକ ରାଇଡରେ ବାହାରିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏହାର କିଛି ଫଟୋ ଏବେ ସାମ୍ନାକୁ ଆସିଛ । ରାହୁଲ ଗାନ୍ଧୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ସବୁ ଫଟୋ ସେୟାର କରି ଲେଖିଛନ୍ତି କି ପେଙ୍ଗଙ୍ଗ ହ୍ରଦକୁ ଯାତ୍ରା କରୁଛନ୍ତି । ସେ ଏହା ମଧ୍ୟ ଲେଖିଛନ୍ତି କି ‘ମୋ ବାପା କହୁଥିଲେ ଏହା ବିଶ୍ୱର ଅନ୍ୟତମ ସୁନ୍ଦର ସ୍ଥାନ’ । କଂଗ୍ରେସର ଟ୍ୱିଟର ତଥା ଏକ୍ସ ଆକାଉଣ୍ଟରୁ ମଧ୍ୟ ଏହି ଫଟୋ ଗୁଡିକୁ ସେୟାର କରାଯାଇଛି । ରାହୁଲ ନିଜେ ବାଇକ ଚଲାଇ ପୂର୍ବ ଲଦ୍ଦାଖରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପେଙ୍ଗଙ୍ଗ ହ୍ରଦ ନିକଟରେ ପହଞ୍ଚିଛନ୍ତି । ସୂଚନା ଅନୁସାରେ ରାହୁଲ ଆଜି ସେଠାରେ ରାତ୍ରୀ ଯାପନ କରିବେ । ଏହାସହ ଆସନ୍ତାକାଲି ପେଙ୍ଗଙ୍ଗ ହ୍ରଦ ନିକଟରେ ତାଙ୍କ ବାପା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳନ କରିବେ ରାହୁଲ । ପୂର୍ବ ସୂଚନା ଅନୁଯାୟୀ ରାହୁଲ ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇଥିଲେ l ହେଲେ ଏବେ ରାହୁଲ ଗାନ୍ଧୀ ତାଙ୍କ କାର୍ଯ୍ୟକ୍ରମରେ ପରିବର୍ତନ କରିଛନ୍ତି । ଅଗଷ୍ଟ ୨୫ ତାରିଖ ଯାଏଁ ରାହୁଲ ସେଠାରେ ରହିବେ ବୋଲି ଏବେ ସୂଚନା ମିଳିଛି ।
