ବସ୍ ଦୁର୍ଘଟଣା ୭ ମୃତ, ୨୭ ଆହତ ଉତ୍ତରାଖଣ୍ତର ଉତ୍ତରକାଶୀର ଗଙ୍ଗୋତ୍ରୀ ରାଜପଥର ଗଙ୍ଗନାନିଠାରେ ଏହି ଦୁର୍ଘଟଣା ଘଟିଛି । ଖାଇକୁ ଖସିପଡିଛି ଏକ ବସ୍ । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି । ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ l ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ବସରେ ଗୁଜରାଟର ଯାତ୍ରୀ ମାନେ ଥିଲେ । ଆହତଙ୍କ ମଧ୍ୟରେ ୧୦ ଜଣଙ୍କ ଅବସ୍ଥା ଖୁବ ଗୁରୁତର ରହିଛି । ସେହିପରି ଏହି ଭୟଙ୍କ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ବସରେ ପ୍ରାୟ ୩୫ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ତେବେ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଏବଂ ଚିକିତ୍ସା ଲାଗି ସବୁ ପ୍ରକାରର ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପ୍ରଶାସନକୁ ଉତ୍ତରାଖଣ୍ତର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବର୍ତ୍ତମାନ କିଛି ଲୋକଙ୍କ ପରିଚୟ ମିଳିଥିବା ବେଳେ କିଛି ଲୋକଙ୍କର ପରିଚୟ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ । ପୋଲିସ ନିଜର ତଦନ୍ତ ଜାରି ରଖିଛି l