ଭୁବନେଶ୍ୱର:ରାଜଧାନୀରେ ଭାଙ୍ଗିଲା ବର୍ଷା ର ରେକର୍ଡ ଚଳିତ ମାସରେ ଭୁବନେଶ୍ୱରରେ ୭୧ ବର୍ଷ ର ରେକର୍ଡ ଭାଙ୍ଗିଛି ବର୍ଷା l ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଟୁଇଟ ଜରିଆରେ ଏହାର ସୂଚନା ଦେଇଛନ୍ତି l ୧୯୫୨ ମସିହାରେ ରେ ଅଗଷ୍ଟରେ ସର୍ବାଧିକ ବର୍ଷା ହୋଇଥିଲା ।ହେଲେ ଚଳିତବର୍ଷ ଅଗଷ୍ଟ ରେ ଏହି ରେକର୍ଡ ଭାଙ୍ଗି ୨୪ ଘଣ୍ଟା ମଧ୍ୟରେ ୨୫୯.୨ ମିଲିମିଟର ବର୍ଷା ହୋଇଛି l ଏହା ଚଳିତ ମାସର ସର୍ବାଧିକ ବର୍ଷା ଯାହା ପୂର୍ବ ରେକର୍ଡ ଭାଙ୍ଗିଛି । ୧୯୫୨ ପରେ ୧୯୯୭ ମସିହାରେ ଅଗଷ୍ଟ ୨୦ରେ ସର୍ବାଧିକ ବର୍ଷା ୨୫୪.୨ ମିଲିମିଟର ହୋଇଥିବାର ରେକର୍ଡ କରାଯାଇଥିଲା । ଗତକାଲି ଭୁବନେଶ୍ୱରରେ ସନ୍ଧ୍ୟା ସାଢେ ୫ଟା ସୁଦ୍ଧା ସର୍ବାଧିକ ୧୮୬ ମିଲି ମିଟର ବର୍ଷା ହୋଇଥିବା ବେଳେ ରାତି ସାଢେ ୮ଟା ବେଳକୁ ବର୍ଷା ପରିମାଣ ବୃଦ୍ଧି ପାଇ ଏହା ୨୫୮ ମିଲି ମିଟର ଛୁଇଁଥିଲା । ଚଳିତ ମୌସୁମୀରେ ଏହା ସର୍ବାଧିକ ବର୍ଷା ବୋଲି କୁହାଯାଉଛି । ଆଇଏମଡି ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର, କଟକ, ପୁରୀ ସ୍ଥାନ ରେ ସର୍ବାଧିକ ଅଧିକ ବର୍ଷା ହୋଇଛି l ଗତକାଲିର ବର୍ଷରେ ଭାସୁଛି ରାଜଧାନୀ l ରାସ୍ତାଘାଟରେ ଆଣ୍ଠୁ ଉପରକୁ ପାଣି, ଯୁଆଡେ ଚାହିଁବ ଖାଲି ପାଣିର ସୁଅ । ଖାଲି ଝୁମ୍ପୁଡି ଘର ନୁହେଁ ବଡ ବଡ ବିଲଡିଂ ଭିତରେ ବି ପଶି ଯାଇଛି ପାଣି । ରାଜଧାନୀର ଅନେକ ସ୍ଥାନରେ ବଡ ବଡ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା । ଆଜି ସକାଳୁ ଗଛ କାଟି ରାସ୍ତା ସଫା କରାଯାଇଛି । ଉତ୍ତରପୂର୍ବ ବଙ୍ଗୋପସାଗରରେ ଏହା ଅବପାତରେ ପରିଣତ ହୋଇଛି । ଏହା ଆଜି ସନ୍ଧ୍ୟା ସୁଦ୍ଧା ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଗଭୀର ଅବପାତରେ ପରିଣତ ହେଲା ପରେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ବାଂଲାଦେଶର ଖେପୁପୁରା ଉପକୂଳ ଆଡକୁ ଗତି କରିବ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡକୁ ଗତି କରି ପଶ୍ଚିମ ବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ ଆଗକୁ ଆହୁରି ବର୍ଷା ସମ୍ଭାବାନ ରହିଛି ବୋଲି କୁହାଯାଇଛି । ଫଳରେ ତଳିଆ ଅଞ୍ଚଳରେ ପାଣି ଜମି ରହିବା ସହ ଟ୍ରାଫିକ ସମସ୍ୟା ଦେଖା ଦେବ । ଏଥିପ୍ରତି ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନାମିଳିଛି ।
ବର୍ଷା ର ରେକର୍ଡ ଭାଙ୍ଗିଲା ରାଜଧାନୀ

