ନୂଆଦିଲ୍ଲୀ: ଉତ୍ତର ଭାରତରେ ବର୍ଷା ବନ୍ଦ ହବରେ ନାହିଁ। ଜାରି ରହିଥିବା ଭୀଷଣ ବର୍ଷା ଜଳ ଯନ୍ତ୍ରଣା ସୃଷ୍ଟି କରିଛି । ଏହା ଲୋକଙ୍କ ଜୀବନ ଦୁର୍ବିସହ କରିଦେଇଛି । ୬ ଦିନ ହେଲା ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ଲଗାଣ ବର୍ଷା ଜାରି ରହିଛି। ଏଥିରେ ହିମାଚଳ ପ୍ରଦେଶ ସର୍ବାଧିକ ପ୍ରଭାବିତ ହୋଇଛି। ବର୍ଷା ଓ ବନ୍ୟା ଯୋଗୁଁ ଏହି ରାଜ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ୨୪ ଘଣ୍ଟାରେ ୪୦ଟି ସ୍ଥାନରେ ଭୂସ୍ଖଳନ ହୋଇଛି । ବ୍ୟାସ ନଦୀରେ ବନ୍ୟା ଆସିଥିବା ଯୋଗୁଁ ଅନେକ କୋଠା, ବ୍ରିଜ ଏବଂ ହୋଟେଲକୁ ଭାସିଯାଇଛି । ଅନେକ ଲୋକ ବାସ ହରାଇଛନ୍ତି। ବର୍ଷା, ବନ୍ୟା, ଭୂସ୍ଖଳନରେ ଦେଶର ବିଭିନ୍ନ ରାଜ୍ୟରେ ୮୦ରୁ ଅଧିକ ଲୋକଙ୍କ ଜୀବନ ଯାଇ ସାରିଲାଣି। ଅନେକ ନିଜର ଆତ୍ମୀୟ ସ୍ୱୋଜନଙ୍କୁ ହରାଇ ସାରିଲେଣି। ହେଲେ ଏବେ ବି ଥମୁନି ବର୍ଷର ସେ ତାଣ୍ଡବ। ଏକା ସହ ବର୍ଷା, ବନ୍ୟା ଓ ଭୂସ୍ଖଳନ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି କରିଛି।

• ବର୍ଷାର ତାଣ୍ଡବ ଥମିବାରେ ନାହିଁ।
• ଜଳ ଯନ୍ତ୍ରଣାରେ ଲୋକେ ଛଟପଟ ହେଉଛନ୍ତି।
• ସମସ୍ତେ ଏବେ ଜଳବନ୍ଦୀ
• ୨୪ ଘଣ୍ଟା ମଧ୍ୟରେ ୪୦ଟି ସ୍ଥାନରେ ଭୂସ୍ଖଳନ ।
• ଗତ ୭୨ ଘଣ୍ଟାରେ ଗଲାଣି ୮୦ ରୁ ଅଧିକ ଜୀବନ।
• କିଏ ନିଜ ବାପା ବିନା କାନ୍ଦୁଚି ତ କିଏ ଭାଇ ବିନା, କିଏ ନିଜ ମା ବିନା କାନ୍ଦୁଚି ତ କିଏ ପୁଅ ବିନା
• ନା ଖାଇବାକୁ କିଛି ଅଛି ନା ରହିବା ପାଇଁ ସ୍ଥାନ।
• ଜଳବନ୍ଦୀ ହୋଇ ଜୀବନ ଜାପାନ କରୁଛନ୍ତି ଲୋକେ।