Site icon UTKAL PRATIDIN

ବଦଳିଲା BSKY ଓ ମୋ ସ୍କୁଲର ନାଁ

MAKA


ଭୁବନେଶ୍ୱର: ବିଜେପି ସରକାର ଆସିଲେ BSKY ଯୋଜନା ବନ୍ଦ ହୋଇଯିବ | ଏହାକୁ ନେଇ ଅନେକ କଥା ଶୁଣିବାକୁ ମିଳୁଥିଲା | ଲୋକେ ବି ଚିନ୍ତାରେ ଥିଲେ | ସତରେ ବନ୍ଦ ହୋଇଯିବ କି ? ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି | ବନ୍ଦ ହେଲାନି BSKY ଯୋଜନା | ଖାଲି ନାଁ ବଦଳିଲା | BSKY ଯୋଜନା ବଦଳରେ ହେଲା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା | ଏହି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୩ ହଜାର ୫୬ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ସରକାର |

ସେହିପରି ଆଉ ଏକ ଯୋଜନାର ନାଁ ମଧ୍ୟ ବଦଳାଇଛନ୍ତି ମୋହନ ସରକାର | ମୋ ସ୍କୁଲ ଯୋଜନା | ଏହାର ନାଁ ବଦଳାଇ ରଖିଛନ୍ତି -ପଞ୍ଚସଖା ଶିକ୍ଷା ସେତୁ ଯୋଜନା | ଏହି ଯୋଜନା ପାଇଁ ବଜେଟରେ ୩୩୨ କୋଟି ବ୍ୟୟ ବରାଦ କରାଯାଇଛି |

ସେହିପରି କାଳିଆ ଯୋଜନାର ନାଁ ବଦଳାଇ ସିଏମ କିଷାନ ଯୋଜନା ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶାର ନାଁ ବଦଳି ହେଲା ବିକଶିତ ଗାଁ ବିକଶିତ ଓଡ଼ିଶା | ବିଜେଡି ସରକାରରେ ଥିବା ବିଜୁ ସେତୁ ଯୋଜନାର ନାଁ ବଦଳାଇ ସେତୁ ବନ୍ଧ ଯୋଜନା କରିଥିବାବେଳେ ଲକ୍ଷ୍ମୀ ଯୋଜନାର ନାଁ ବଦଳାଇ ଗ୍ରାମାଂଚଳ ପରିବହନ’ ଯୋଜନା ରଖିଛନ୍ତି ବିଜେପି ସରକାର | ଅନ୍ୟପକ୍ଷେ ବିଜେଡି ସରକାରରେ ଥିବା ମିଲେଟ ମିଶନର ନାଁ ବଦଳି ହୋଇଛି ଶ୍ରୀଅନ୍ନ ଯୋଜନା |

Exit mobile version