UTKAL PRATIDIN

ବଜେଟ ଫୋକସରେ ରାଜ୍ୟର ମହିଳା


ଇତିହାସ ରଚିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ । ଗତକାଲି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୪-୨୫ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ଗୋଟିଏ ସ୍ଥାନରେ ଦୀର୍ଘ ୨ ଘଣ୍ଟା ୮ ମିନିଟ୍ ଛିଡା ହୋଇ ବଜେଟ ପାଠ କରିଥିଲେ, ଯାହା ପୂର୍ବରୁ କେବେ ହୋଇନଥିଲା ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ସନ୍ଧ୍ୟା ୫ଟାରୁ ୭ଟା ୮ମିନିଟ୍‌ ଯାଏଁ ଗୃହରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିଥିଲେ।ପୂର୍ବ ବର୍ଷ ତୁଳନାରେ ବଜେଟ ୧୫ ପ୍ରତିଶତ ବୃଦ୍ଧି ପାଇଛି ।ମୋଟ ୨ଲକ୍ଷ ୬୫ହଜାର ବଜେଟ ପାରିତ ହୋଇଛି ।ବଜେଟରେ ସବୁ ବର୍ଗର ଲୋକଙ୍କୁ ଗୁରୁତ୍ୱ ଦେଇଛନ୍ତି ମୋହନ ସରକାର ।ବିଶେଷ ଭାବରେ ମହିଳା କୃଷକ, ଯୁବ, ବର୍ଗଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି ।

ସୁଭଦ୍ରା ଯୋଜନା ପାଇଁ ୧୦ହଜାର କୋଟି ବ୍ୟୟବରାଦ କରିଛନ୍ତି ମୋହନ ସରକାର ।ମହିଳାଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ କରିଛନ୍ତି ବିଭିନ୍ନ ଯୋଜନା ।୨୦୨୭ ମସିହା ସୁଦ୍ଧା ରାଜ୍ୟରେ ୨୫ଲକ୍ଷ ମହିଳା ହେବେ ଲକ୍ଷପତି ଦିଦି।ଏସଏଚଜି ଶିଳ୍ପ ପାଇଁ ପୁଞ୍ଜି ପ୍ରତିଷ୍ଠା ସହ ଉପଯୁକ୍ତ ବଜାର ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋହନ ସରକାର । ଲକ୍ଷପତି ଦିଦିଙ୍କ ପାଇଁ ୧୧୬୨କୋଟି ଟଙ୍କାର ହୋଇଛି ବ୍ୟୟ ବରାଦ ।ମହିଳାଙ୍କ ଦକ୍ଷତା ଅଭିବୃଦ୍ଧି ନିମନ୍ତେ ବିଭିନ୍ନ ଯୋଜନା କରି ମହିଳାଙ୍କ ମନ କିଣିଛନ୍ତି ମୋହନ ସରକାର ।

Exit mobile version