
FILE - The Olympic rings are set up at Trocadero plaza that overlooks the Eiffel Tower in Paris, Sept. 14, 2017. Russia says that 10 of its wrestlers who were offered spots at the Paris Olympics as neutrals will refuse to compete. The Russian wrestling federation says that its officials, coaches and athletes held a meeting and “came to an unanimous decision — to refuse to participate in the Olympic Games.” (AP Photo/Michel Euler, File)
ବିଶ୍ୱ କ୍ରୀଡ଼ା ମହାକୁମ୍ଭରେ ଆଜିଠୁ ବାଜିବ ବିଗୁଲ ।ପ୍ୟାରିସର ବିଶ୍ୱ ପ୍ରସିଦ୍ଧ ଆଇଫିଲ୍ ଟାୱାରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ଚିକମିକ୍ ଆଲୋକ ସାଙ୍ଗକୁ ଅଲିମ୍ପିକ୍ସ ରିଙ୍ଗ୍ ।ପ୍ୟାରିସରେ ୧୧ ଅଗଷ୍ଟ ଯାଏଁ ଏହି ଅଲମ୍ପିକ୍ସ ଆୟୋଜିତ ହୋଇଥିବା ବେଳେ ଏଥିରେ ମୋଟ ୧୦ ହଜାର ୫ଶହ ଆଥଲେଟ୍ ଭାଗ ନେଉଛନ୍ତି। ସେଥି ମଧ୍ୟରୁ ଭାରତରୁ ଭାଗ ନେଉଛନ୍ତି ୧୧୭ ଜଣିଆ ଦଳ। ସେଥିରେ ୪୭ ଜଣ ମହିଳା ଓ ୭୦ ପୁରୁଷ କ୍ରୀଡ଼ାବିତ୍ ରହିଛନ୍ତି ।
ଅନ୍ୟପଟେ ଆଜି ଉଦ୍ଘାଟନୀ ସମାରୋହକୁ ଆହୁରି ଆକର୍ଷଣୀୟ କରିବେ ଭାଗ ନେଇଥିବା ୩ହଜାର ନୃତ୍ୟଶିଳ୍ପୀ ।ଷ୍ଟାଡିୟମ ଭିତରେ ନୁହେଁ ବରଂ ପ୍ରଥମ ଥର ପାଇଁ ପ୍ୟାରିସ ମଝି ଦେଇ ବହିଥିବା ସେନ୍ ନଦୀରେ ନୌକାରେ ଦେଶମାନଙ୍କର ପରେଡ୍ ହେବ ଅନୁଷ୍ଠିତ ।
ଭାରତ କଣ୍ଟିନଜେଣ୍ଟରୁ ନେତୃତ୍ୱ ନେବେ ଟେବୁଲ୍ ଟେନିସ୍ ଲିଜେଣ୍ଡ ଅଚନ୍ତା ଶରତ କମଳ ଏବଂ ଷ୍ଟାର୍ ବ୍ୟାଡମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ। ବିଶ୍ୱର ବିଭିନ୍ନ ଷ୍ଟେଜରେ ଭାରତୀୟ ତୀରନ୍ଦାଜମାନେ ଭଲ ପ୍ରଦର୍ଶନ କରିଛନ୍ତି, ଏବଂ ଏଥର ଅଧିକରୁ ପଦକ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି।