
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଆଜି ତାଙ୍କର ସପ୍ତମ ବଜେଟ ସଂସଦ ଭବନରେ ଉପସ୍ଥାପନ କରିଛନ୍ତି ।ଏଥିରେ କୃଷି ଏବଂ ତତସଂକ୍ରାନ୍ତ କ୍ଷେତ୍ର ପାଇଁ ୧.୫୨ କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ଚାଷୀଙ୍କ ପାଇଁ ୩୨ଟି ଫସଲ ପାଇଁ ୧୦୯ଟି ନୂଆ କିସମ ଆଣିବାକୁ ଘୋଷଣା କରିଛନ୍ତି ସରକାର ଯାହାକି ଜଳବାୟୁ ଉପଯୋଗୀ ହୋଇ ପାରିବ । ଏଥିପାଇଁ ବେସରକାରୀ କ୍ଷେତ୍ର, ବିଶେଷଜ୍ଞ ଏବଂ ଅନ୍ୟମାନଙ୍କୁ ଅର୍ଥ ପ୍ରଦାନ କରାଯିବ।
ଆସନ୍ତା ୨ ବର୍ଷ ଭିତରେ ୧ କୋଟି କୃଷକଙ୍କୁ ପ୍ରାକୃତିକ ଚାଷ ପାଇଁ ସରକାରୀ ସହାୟତା ମିଳିବ | ସେହିପରି ଡାଲି ଓ ତୈଳ ଜାତୀୟ ଫସଲ ପାଇଁ ମିଶନ ଆରମ୍ଭ କରାଯିବ । ସରକାର ଏହାର ଉତ୍ପାଦନ ଏବଂ ମାର୍କେଟିଙ୍ଗକୁ ଅଧିକ ଗୁରୁତ୍ୱ ଦେବେ ।ଏଥିପାଇଁ ୧ ହଜାର ବାୟୋ ରିସୋର୍ଷ ସେଣ୍ଟର ଗଠନ କରିବେ ।
ଏଥିସହିତ କୃଷିକ୍ଷେତ୍ର ପାଇଁ ଡିଜିଟାଲ ସାର୍ବଜନିକ ଇନ୍ଫ୍ରାଷ୍ଟ୍ରକ୍ଚର ପ୍ରସ୍ତୁତ କରାଯିବ । ୬ କୋଟି ଚାଷୀଙ୍କ ଜମି ରେଜିଷ୍ଟ୍ରେସନ କରାଯିବ । ୫ଟି ରାଜ୍ୟରେ କିସାନ କ୍ରେଡିଟ କାର୍ଡ ଲଞ୍ଚ କରାଯିବ । ୪୦୦ ଜିଲ୍ଲାରେ ଡିଜିଟାଲ ଖରିଫ ଫସଲ ସର୍ବେ କରାଯିବ ।୧୦ ହଜାର ବାୟୋ ରିସର୍ଚ୍ଚ ସେଣ୍ଟର ନିର୍ମାଣ କରାଯିବ