Site icon UTKAL PRATIDIN

ପ୍ରସିଦ୍ଧ ତିରୁପତି ମନ୍ଦିରକୁ ମିଳିଲା ୫ କୋଟି ଟଙ୍କାର ଦାନ

photo_6237710072499254807_y

ତାମିଲନାଡୁ: ତାମିଲନାଡୁର ପ୍ରସିଦ୍ଧ ତିରୁପତି ମନ୍ଦିରକୁ ମିଳିଲା ୫ କୋଟି ଟଙ୍କାର ଦାନ । କିଛି ଶ୍ରଦ୍ଧାଳୁ ଏକାଠି ହୋଇ ତିରୁମାଲା ତିରୁପତି ଦେବସ୍ଥାନାମକୁ ୫.୧୧ କୋଟି ଟଙ୍କାର ଦାନ ଦେଇଛନ୍ତି । ମନ୍ଦିର ଟ୍ରଷ୍ଟ ଅଧିନରେ ଥିବା ଭବବାନ ଭେଙ୍କଟେଶ୍ୱର ମନ୍ଦିରର ସଂପ୍ରସାରଣ ପାଇଁ ଶ୍ରଦ୍ଧାଳୁ ଟଙ୍କା ଦାନ କରିଛନ୍ତି । ଚେନ୍ନାଇ ଟି-ନଗରଠାରେ ଏହି ମନ୍ଦିର ରହିଥିବା ନେଇ ସୂଚନା ରହିଛି । ୧୯୭୫ ମସିହାରେ ତିରୁପତି ଟ୍ରଷ୍ଟ ଭଗବାନ ଭେଙ୍କଟେଶ୍ୱର ମନ୍ଦିରକୁ ଟି-ନଗରର ପ୍ରତିଷ୍ଠା କରାଯାଇଥିଲା । ସ୍ଥାନୀୟ ପରାମର୍ଶଦାତା ସଭାପତି ଏଜେ ଶେଖର ରେଡ୍ଡୀ ଟିଟିଡିର ଟି ନଗର ମନ୍ଦିରର ସଂପ୍ରାସରଣ ପାଇଁ ପ୍ରସ୍ତାବ ଦେଇଥିଲେ । ପ୍ରତିଦିନ ଏଠାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ କରିବା ପାଇଁ ଆସିଥାନ୍ତି । ସ୍ଥାନ କମ ପଡୁଥିବାରୁ ମନ୍ଦିରକୁ ବଢାଇବା ପାଇଁ ଯୋଜନା କରାଯାଇଛି । ଯେଉଁଥି ପାଇଁ କିଛି ଶ୍ରଦ୍ଧାଳୁ ମନ୍ଦିରକୁ ଦାନ କରିଛନ୍ତି । ଏହାପୂର୍ବରୁ ମଧ୍ୟ ଅନେକ ଶ୍ରଦ୍ଧାଳୁ ମାନସିକ ପୂରଣ ହେବାରୁ ସୁନା ଗହଣା, ଟଙ୍କା ଦାନ କରିଥାନ୍ତି ।

Exit mobile version