
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କ ସହ ଯୋଗାଯୋଗ କରିବେ ଯଥା ୩୦ ଜୁଲାଇରେ ତାଙ୍କ ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ସହ କଥା ହେବେ । ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ କି ବାତର ୧୦୩ ତମ ସିଧାପ୍ରସାରଣ l ଏହି କାର୍ଯ୍ୟକ୍ରମ ସକାଳ ୧୧ ଟାରେ ପ୍ରସାରିତ ହେବ l ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଶୁଣିବାକୁ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ୨୩ କୋଟି ଲୋକ ନିୟମିତ ଭାବରେ ମନ କି ବାତ କାର୍ଯ୍ୟକ୍ରମ ଶୁଣନ୍ତି l ୨୦୧୪ ମସିହାରେ ଆରମ୍ଭ ହୋଇଥିବା ମନ୍ କି ବାତ କାର୍ଯ୍ୟକ୍ରମ ଦେଶର କୋଟି କୋଟି ଲୋକ ଶୁଣୁଛନ୍ତି। ସୂଚନା ଅନୁଯାୟୀ, ୨୩ କୋଟି ଲୋକ ନିୟମିତ ଭାବରେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି। ଦେଶର ୯୮ ପ୍ରତିଶତ ଲୋକ ଏହା ବିଷୟରେ ଜାଣିଛନ୍ତି। ଏହି କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣ ଅଣ-ରାଜନନୈତିକ ଅଟେ ବୋଲି ପ୍ରକାଶ l ପ୍ରଧାନମନ୍ତ୍ରୀଙ୍କ ମନ କି ବାତ 3 ଅକ୍ଟୋବର ୨୦୧୪ ରେ ଆରମ୍ଭ ହୋଇଥିଲା ଏବଂ ପ୍ରତ୍ୟେକ ମାସର ଶେଷ ରବିବାର ଦିନ ୧୧ ଟା ସମୟରେ ଟେଲିକାଷ୍ଟ ହୋଇଥାଏ l ୩୦ ଏପ୍ରିଲ ୨୦୨୩ ରେ ୧୦୦ ଟି ଏପିସୋଡ୍ ସମାପ୍ତ କରିଛି l ୨୨ ଟି ଭାରତୀୟ ଭାଷା ଏବଂ ୨୯ ଟି ଉପଭାଷା ବ୍ୟତୀତ ମନ କି ବାତ ୧୧ ଟି ବିଦେଶୀ ଭାଷା