
ଓଡ଼ିଶାର କଳା ସଂସ୍କୃତିରେ ସମ୍ବଲପୁରୀ ଶାଢ଼ୀର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୧୨ତମ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ସମ୍ବଲପୁରୀ ଶାଢ଼ୀକୁ ବେଶ୍ ପ୍ରଶଂସା କରିଛନ୍ତି ।ଓଡ଼ିଶାରେ ତଥା ଓଡ଼ିଶା ବାହାରେ ହ୍ୟାଣ୍ଡଲୁମ ଶାଢ଼ୀର ବେଶ୍ ଚାହିଦା ରହିଛି ।ସେହିପରି ଦେଶ ବାହାରେ ଓଡ଼ିଶାର ହସ୍ତତନ୍ତ ତଥା ସମ୍ବଲପୁରୀ ଶାଢ଼ୀକୁ କିପରି ସ୍ଥାନ ଦିଆଯାଇପାରିବ ସେ ବିଷୟରେ କହିଛନ୍ତି ।
ଦେଶର କୋଣ ଅନୁକୋଣରେ ହସ୍ତ ତନ୍ତର ଲୋକପ୍ରିୟତା ବଢ଼ୁଥିବାରୁ କାରିଗରୀମାନଙ୍କର ଚାହିଦା ମଧ୍ୟ ବୃଦ୍ଧି ପାଉଛି ।
ଯାହା ଫଳରେ କାରିଗରୀମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେଉଛି ।ନୂଆ ନୂଆ ଶିଳ୍ପ ଗଢି ଉଠୁଥିବାରୁ ମହିଳାମାନେ ମଧ୍ୟ ଆତ୍ମନିର୍ଭରଶୀଳ ହେଉଛନ୍ତି ।ଇଣ୍ଟରନ୍ୟାସନାଲ୍ ମ୍ୟାଥସ୍ ଅଲିମ୍ପିୟାନ୍ ବିଜେତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଖେଳାଳିଙ୍କ ମନବୋଳା ଦୃଢ କରିବାକୁ କହିଛନ୍ତି ।