Site icon UTKAL PRATIDIN

ପ୍ରତୀକ୍ଷାରେ ପଡ଼ିବ ପୂର୍ଣ୍ଣଛେଦଆସନ୍ତାକାଲି ଖୋଲିବ ରତ୍ନ ଭଣ୍ଡାରମାଡ଼ି ଆସିବ କି ମହା ବିପତ୍ତି

Main-Temple-Complex-img2

ରାଜ୍ୟବାସୀଙ୍କର ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ ,କୋଟି ଓଡ଼ିଆଙ୍କର ସେ ହେଉଛନ୍ତି ମଉଡମଣୀ | ତାଙ୍କ ଭଣ୍ଡାର ହେଉଛି ରତ୍ନ ଭଣ୍ଡାର |ଦୀର୍ଘ 39ବର୍ଷ ଧରି ବନ୍ଦ ରହିଛି ଏହି ରତ୍ନ ଭଣ୍ଡାର |1984 ମସିହାରେ ଶେଷ ଥର ପାଇଁ ଖୋଲା ଯାଇଥିଲା ଏହି ଭଣ୍ଡାର |ରେକର୍ଡ ଅନୁଯାୟୀ ରତ୍ନ ଭଣ୍ଡାରରେ ମୋଟ 454 128.38 କିଲୋଗ୍ରାମ ଏବଂ 223153 ଓଜନ ବିଶିଷ୍ଟ293 ରୂପା ସାମଗ୍ରୀ ରହିଛି | ବହୁ ବାଦ ବିବାଦ ପରେ ପୁଣି ରବିବାର ଖୋଲିବାକୁ ଯାଉଛି ରତ୍ନ ଭଣ୍ଡାର |କେମିତି ଖୋଲାଯିବ ରତ୍ନ ଭଣ୍ଡାର ଏନେଇ ପ୍ରସ୍ତୁତ ହୋଇଛି ସ୍ଵତନ୍ତ୍ର SOP |ରତ୍ନ ଭଣ୍ଡାର ଖୋଲିବା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିରେ ହେବ ନାହିଁ ଅବହେଳା
ବନ୍ଦ ହେବ ନାହିଁ ଶ୍ରଦ୍ଧାଳୁଙ୍କ ଦର୍ଶନ | ସାମାନ୍ଯ ଦୂରରୁ ଦର୍ଶନ କରି ପାରନ୍ତି ଶ୍ରଦ୍ଧାଳୁ | ଶ୍ରୀଜୀଉଙ୍କ ଗହଣା ଚିହ୍ନିପାରିବା ପାଇଁ ଦକ୍ଷତା ସଂପର୍ଣ୍ଣ ବଣିଆ ଚୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିଷ ରଥ |ବହୁ ପ୍ରତୀକ୍ଷାର ଅନ୍ତ ଘଟିବ | ଆସନ୍ତା କାଲିରୁ ଆରମ୍ଭ ହେବ ରତ୍ନ ଭଣ୍ଡାର ଖୋଲା ମାତ୍ର କେବେ ସରିବ ତାହାର ନିର୍ଦ୍ଧାରିତ ହୋଇନି ସମୟ | ରାଜ୍ଯ ସରକାରଙ୍କର ନିଷ୍ପତ୍ତିକୁ ଅପେକ୍ଷା କରିଛି ଶ୍ରୀ ମନ୍ଦିର ପ୍ରଶାସନ |ରତ୍ନ ଭଣ୍ଡାରରେ ଖୋଲିବା ବେଳେ କୌଣସି ବ୍ଯାଘାତ ହେବ ନାହିଁ ବୋଲି କହିଛନ୍ତି ରତ୍ନ ଭଣ୍ଡାର କମିଟିର ସଦସ୍ଯ |ରତ୍ନ ଭଣ୍ଡାର ଖୋଲିବାକୁ ନେଇ ସମସ୍ତ SOP ପ୍ରସ୍ତୁତ କରାଯିବାକୁ କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ |ମାଳିକାର ରୋଚକ ତଥ୍ଯ ମଧ୍ଯ ଆସିଛି ସମ୍ନାକୁ |ରତ୍ନ ଭଣ୍ଡାର ଖୋଲିଲେ ମାଡି ଆସିବ ମହା ବିପତ୍ତି, ଏନେଇ ଭକ୍ତଙ୍କ ମନରେ ରହିଛି ଅନେକ ପ୍ରଶ୍ନ | ରତ୍ନ ଭଣ୍ଡାରକୁ ଗୁପ୍ତରେ ରଖିବାକୁ ଚାହୁଁଛନ୍ତି ଭକ୍ତ | ଶୁଣିବାକୁ ମିଳେ ଯେ ରତ୍ନ ଭଣ୍ଡାରକୁ ଜଗି ରହିଛନ୍ତି ସର୍ପ | ଶ୍ରୀଜିଉଙ୍କ ଅଳଙ୍କାର ସୁରକ୍ଷିତ କହୁଛନ୍ତି ସେବାୟତ| ମାତ୍ରରେ ଜନସାଧାରଣଙ୍କୁ ଭ୍ରମିତ କରୁଛନ୍ତି ବିଜେପି ସରକାର |

Exit mobile version