ଭୁବନେଶ୍ୱର: ମୋହନ ସରକାର ତାଙ୍କର ପ୍ରଥମ ବଜେଟ ଆଜି ବିଧାନ ସଭାରେ ଉପସ୍ଥାପନ କରିଛନ୍ତି । ଏକ ବିକଶିତ ରାଜ୍ୟ ଗଠନ ନେଇ ଗରିବ, ମହିଳା, ଯୁବବର୍ଗ, ଚାଷୀଙ୍କ ବିକାଶ ଉପରେ ପ୍ରଥମ ବଜେଟରେ ଗୁରୁତ୍ୱ ଦେଇଛନ୍ତି ମୋହନ ସରକାର ।ବଜେଟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଧାନର ସର୍ବାଧିକ ସହାୟକ ମୂଲ୍ୟ ୩୧ ଶହ ଟଙ୍କା ଘୋଷଣା କରିଛନ୍ତି ।
ବଜେଟରେ କୃଷି ପାଇଁ ମଧ୍ୟ ଅନୁଦାନ ରାଶି ପୂର୍ବ ବର୍ଷ ତୁଳନାରେ ବୃଦ୍ଧି କରିଛନ୍ତି । ପୂର୍ବ ବର୍ଷ କୃଷି ବଜେଟ ୨୪, ୮୨୯ କୋଟି ଥିବା ବେଳେ ଏଥର ମୋହନ ସରକାର ଏହାକୁ ୩୩ ହଜାର କୋଟିକୁ ବୃଦ୍ଧି କରିଛନ୍ତି ।
ଏହାଛଡା ଚାଷୀଙ୍କ ପାଇଁ ନୂଆ ସିଏମ କୃଷକ ଯୋଜନା ଆଣିଛନ୍ତି | ଏଥି ପାଇଁ ୧୯୩୫ କୋଟି ବ୍ୟୟବରାଦ କରାଯାଇଛି। ସେହିପରି ସମୃଦ୍ଧ କୃଷକ ଯୋଜନା ଘୋଷଣା କରି ଏଥି ପାଇଁ ୫ ହଜାର କୋଟି ବ୍ୟୟବରାଦ ବଜେଟରେ କରାଯାଇଛି । ସେହିପରି ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି ଘୋଷଣା କରିଛନ୍ତି ସରକାର ।

