Site icon UTKAL PRATIDIN

ପୋଲ ତଳକୁ ଖସିଗଲା ଯାତ୍ରୀବାହୀ ବସ, ୪୦ରୁ ଉର୍ଦ୍ଧ ଯାତ୍ରୀ ଗୁରତର

truck

ଗତକାଲି ବୌଦ୍ଧ ଜିଲ୍ଲା ବାମଣ୍ଡାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ।୬୦ରୁ ଉର୍ଦ୍ଧ ଯାତ୍ରୀ ନେଇ ମହାଦେବ ନାମକ ବସ୍‌ଟି ଭୁବନେଶ୍ଵରରୁ ମାଲକାନଗିରି ଅଭିମୁଖେ ଯାଉଥିଲା ବେଳେ ବାମଣ୍ଡା ନିକଟରେ ଗାଡିଟିର ଦୁର୍ଘଟଣା ହୋଇଛି ।ସୁନାଖାଇ ପୋଲ ତଳକୁ ଖସି ପଡିଛି, ଫଳରେ ୪୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି,ଗୁରୁତରଙ୍କ ମଧ୍ୟରେ ଶିଶୁ ମହିଳା ବୃଦ୍ଧ ବି ରହିଛନ୍ତି ।ଆହତଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ଯାତ୍ରୀଙ୍କ କହିବା ଅନୁଯାୟୀ ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଯୋଗୁଁ ଏପରି ଦୁର୍ଘଟଣା ଘଟିଛି ।
ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ପୁଲିସ୍‌ ଟିମ୍‌ ପହଞ୍ଚିଥିଲେ ଘଟଣାର ତଦନ୍ତ କରିଥିଲେ ।ବୌଦ୍ଧ ପୁଲିସ ଘଟଣାର ତଦନ୍ତ ଏପର୍ଯ୍ୟନ୍ତ ଜାରି ରଖିଛି ।

Exit mobile version