UTKAL PRATIDIN

ପୋଖରୀକୁ ବସ ଓଲଟି ୧୭ ଜଣଙ୍କ ମୃତ୍ୟୁ

ଢାକା : ବାଂଲାଦେଶରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଜାଲକାଠୀ ସଦର ଉପଜିଲ୍ଲା ଅନ୍ତର୍ଗତ ଛତ୍ରକଣ୍ଡା ଅଞ୍ଚଳରେ ଏକା ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଏକ ଯାତ୍ରୀବାହୀ ବସ୍ ପୋଖରୀ ଭିତରକୁ ଓଲଟି ପଡ଼ିଛି । ଫଳରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ଏବଂ ୮ ଜଣ ମହିଳା ରହିଛନ୍ତି । ଏଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି ।

ଡ୍ରାଇଭରଙ୍କ ଅବହେଳା ଯୋଗୁଁ ଦୁର୍ଘଟଣା ହୋଇଥିବା ନେଇ ବର୍ତ୍ତିଯାଇଥିବା ଯାତ୍ରୀ କହିଛନ୍ତି । ୫୨ କ୍ଷମତା ବିଶିଷ୍ଟ ବସଟି ହୋଇଥିବା ବେଳେ ସେଥିରେ ୬୦ ରୁ ଅଧିକ ଯାତ୍ରୀ ଭର୍ତ୍ତି ହୋଇଥିଲେ । ଯାହାକି ବସ୍ ପ୍ରତି କ୍ଷତିକାରକ ଥିଲା l

ଭାରସାମ୍ୟ ହରାଇ ବସ୍ତି ଓଲଟି ପଡିଥିଲା l ବଶର ସ୍ମୃତି ପରିବହନର ବରିଶାଲ ଅଭିମୁଖେ ଏହା ଯାତ୍ରା କରୁଥିବାସମୟରେ ଦୁର୍ଘଟଣା ଘଟିଥିଲା । ଯାତ୍ରା ଆରମ୍ଭ କରିବାର ପ୍ରାୟ ଏକା ଘଣ୍ଟା ପରେ ବରୀଶାଲ-ଖୁଲନା ରାଜପଥରେ ଛତ୍ରକଣ୍ଡା ଠାରେ ରାସ୍ତା କଡ଼ରେ ଏକ ପୋଖରୀକୁ ଖସି ପଡ଼ିଥିଲା ।

Exit mobile version