Site icon UTKAL PRATIDIN

ପୁରୀବାସୀଙ୍କ ନିମନ୍ତେ ଖୋଲିଲା ପଶ୍ଚିମ ଦ୍ୱାର

23-07-24_10-19-42-257

ପୁରୀ: ଆଜି ଠାରୁ ଖୋଲିଲା ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର । କିନ୍ତୁ ଏହା କେବଳ ପୁରୀବାସୀଙ୍କ ନିମନ୍ତେ ଖୋଲା ଯାଉଛି l ଏହି ଦ୍ୱାର ଦେଇ କେବଳ ପୁରୀବାସୀଙ୍କୁ ମିଳିବ ପ୍ରେବଶ ଅନୁମତି । ସକାଳ ୭ଟା ରୁ ପ୍ରଵେଶ ପାଇଁ ଅନୁମତି ଦିଆଯାଇଛି l ପରିଚୟ ପତ୍ର ଦେଖାଇ ପୁରୀବାସୀ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ । ଏନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଗତ କିଛି ଦିନ ଧରି ପୁରୀ ଶ୍ରୀମନ୍ଦିରର ୪ ଦ୍ୱାରା ଖୋଲିବା ନେଇ ଦାବି ଜୋର ଧରିଥିଲା । ତେବେ ଗତକାଲି ଏହି ଦାବି ଦୋହରାଇଥିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଟ୍ୱିଟ୍ କରି ସ୍ଥାନୀୟ ଲୋକଙ୍କ ପାଇଁ ଅନ୍ତତଃ ଗୋଟିଏ ଦ୍ୱାର ଖୋଲିବାକୁ ସେ ଦାବି କରିଥିଲେ । ପ୍ରଥମେ ଆଗ ସୁବିଧା ନିମନ୍ତେ ଗୋଟିଏ ଦ୍ୱାର ଖୋଲାଯାଉ ପରେ ଅନ୍ୟ ଦ୍ୱାର ଖୋଲାଗଲେ ଚଳିବ ବୋଲି ସେ କହିଥିଲେ । ଯଦି ତୁରନ୍ତ ଗୋଟିଏ ଦ୍ୱାର ଖୋଲା ନଯାଏ ତେବେ ଆସନ୍ତାକାଲି ପଶ୍ଚିମଦ୍ୱାର ଆଗରେ ଧାରଣାରେ ବସିବେ ବୋଲି ସୁଦର୍ଶନ ପଟ୍ଟନାୟକ କହିଥିଲେ । ଏହା ପରେ କମିଟି ପଶ୍ଚିମ ଦ୍ୱାର ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲା । କିଛି ଦିନ ପୂର୍ବରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ମଧ୍ୟ ଗଜପତି ମହାରାଜଙ୍କୁ ଚିଠି ଲେଖିଥିଲେ ସୁଦର୍ଶନ ପଟ୍ଟନାୟକ ।

Exit mobile version