Site icon UTKAL PRATIDIN

ପୁଣି ଲଜ୍ଜାଜନକ ଘଟଣା : ମହିଳାଙ୍କୁ ନିର୍ବସ୍ତ୍ର କରି ଗାଁରେ ବୁଲେଇଲେ

WhatsApp Image 2023-09-02 at 10.37.15

ଜୟପୁର : ମଣିଷ ଯେତେ ପ୍ରଗତି ଆଡକୁ ଗତି କରୁଛି ସେତେ ହିଂସ୍ର ପାଲଟି ଯାଉଛି l ଏହା ପୂର୍ବରୁ ମଣିପୁରରେ ମହିଳାଙ୍କୁ ନିର୍ବସ୍ତ୍ର ବୁଲାଇବା ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ପୁଣି ଏକ ସେପରି ଭିଡ଼ିଓ ଭାଇରାଲ ହୋଇଛି l ରାଜସ୍ଥାନର ପ୍ରତାପଗଡ ଜିଲାରୁ ଏପରି ଏକ ଘୃଣ୍ୟ ଘଟଣା ସାମ୍ନାକୁ ଆସିଛି। ଏକ ଗ୍ରାମରେ ଜଣେ ଆଦିବାସୀ ମହିଳାଙ୍କୁ ନିବସ୍ତ୍ର କରାଇ ବୁଲାଇବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିର୍ଦ୍ଦେଶରେ ପୋଲିସ ମହାନିର୍ଦ୍ଦେଶକ ଉମେଶ ମିଶ୍ରା ଶୁକ୍ରବାର ରାତିରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (କ୍ରାଇମ) ଦୀନେଶ ଏମଏନଙ୍କୁ ପ୍ରତାପଗଡକୁ ପଠାଇଛନ୍ତି। ଧରିଆୱାଡର ଷ୍ଟେଶନ ଦାୟିତ୍ୱରେ ଥିବା ପେଶୱାର ଖାନ କହିଛନ୍ତି ଯେ, ଗୁରୁବାର ଜଣେ ୨୧ ବର୍ଷ ବୟସ୍କା ମହିଳାଙ୍କୁ ତାଙ୍କ ପୂର୍ବତନ ସ୍ବାମୀ କାନା ଏବଂ ଅନ୍ୟ ସମ୍ପର୍କୀୟମାନେ ମହିଳାଙ୍କୁ ନିବସ୍ତ୍ର କରି ବୁଲାଇଥିଲେ। ସେ କହିଛନ୍ତି ଯେ ମହିଳାଙ୍କ ପୂର୍ବତନ ସ୍ବାମୀ କାନାଙ୍କ ସମେତ ତିନି ଜଣଙ୍କୁ ଅଟକ ରଖାଯାଇଛି ଏବଂ ଅନ୍ୟମାନଙ୍କୁ ଖୋଜା ଚାଲିଛି। ପୋଲିସ ମହାନିର୍ଦ୍ଦେଶକ ଉମେଶ ମିଶ୍ର ଶୁକ୍ରବାର ବିଳମ୍ବିତ ରାତିରେ ଜୟପୁରରେ କହିଛନ୍ତି ଯେ ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ଏବଂ ଏଡିଜି ଦୀନେଶ ଏମଏନଙ୍କୁ ପ୍ରତାପଗଡକୁ ପଠାଯାଇଛି।

ସତରେ ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସିବା ଆମ ଦେଶ ପାଇଁ ଏକ ନିଦନୀୟ ଘଟଣା l ମଣିଷ ଯେତେ ଆଧୁନିକ ହେଉଛି ସେତେ ତଳକୁ ଖସି ଯାଉଛି l ପଶୁ ଠାରୁ ବି ହୀନ କାମ କରୁଛି ଆଜିର ମଣିଷ l ପ୍ରତ୍ୟୋକ ଦିନ ମହିଳାମାନଙ୍କ ସହ ବିଭିନ୍ନ ପ୍ରକାର ଅତ୍ୟାଚାର ହେଉଛି l ପ୍ରତ୍ୟୋକ ଦିନ ମହିଳା ଦୁଷ୍କର୍ମ, ହତ୍ୟା, ଅତ୍ୟାଚାର ଏପରି ଅନେକ ଘଟଣା ଦେଖିବାକୁ ମିଳୁଛି l କିନ୍ତୁ ଏବେ ଏପରି ନିର୍ବସ୍ତ୍ର କରି ମହିଳାଙ୍କୁ ବୁଲାଇବା ସତରେ ଅତ୍ୟନ୍ତ ଘୃଣ୍ୟ ଅପରାଧ l ଅପରାଧ କରିବାର ନୂଆ ଶୈଳ ଆପଣେଇଛନ୍ତି ଏହି ନୃଶଂସ ଅପରାଧୀମାନେ l ଏପରି ଅପରାଧ ଯଥା ଶୀଘ୍ର ରୋକାଯିବା ଆବଶ୍ୟକ l

Exit mobile version