Site icon UTKAL PRATIDIN

ପୁଣି ରେକର୍ଡ ଭାଙ୍ଗିଲା ଗଦର-୨

photo_6262477134555625822_x

ପୁଣି ରେକର୍ଡ ଭାଙ୍ଗିଲା ଗଦର-୨ ଭାରତୀୟ ଫିଲ୍ମ ଇତିହାସରେ ରେକର୍ଡ ସୃଷ୍ଟି କଲା ଫିଲ୍ମ ଗଦର-୨ । ବକ୍ସ ଅଫିସ୍‌ ରେ ହଇଚଇ ସୃଷ୍ଟି କରିଛି ଗଦର-୨ । ୫ ଦିନ ପରେ ମଧ୍ୟ ଗଦର ୨ର କ୍ରେଜ ଥମିବାର ନା ଧରୁନାହିଁ । ସ୍ୱାଧୀନତା ଦିବସରେ ପ୍ରଚୁର କଲେକ୍ସନ କରିଛି ଏହି ଫିଲ୍ମ। ଦର୍ଶକ ଏକ ପ୍ରକାର ପାଗଳ ଗଦର ୨ ଦେଖିବା ପାଇଁ । ପ୍ରେକ୍ଷାଳୟମାନଙ୍କରେ ଭିଡ ଜମେଇଛନ୍ତି ଲୋକେ। ମାତ୍ର ୫ ଦିନ ମଧ୍ୟରେ ପାଖାପାଖି କଲେକ୍ସନ ୨୨୮ କୋଟି ହୋଇସାରିଛି। ସନି ଦେଓଲଙ୍କ ଏହି ଫିଲ୍ମ ବକ୍ସ ଅଫିସ୍‌ ରେ ପ୍ରତ୍ୟେକ ଦିନ ରେକର୍ଡ ଭାଙ୍ଗିବାରେ ଲାଗିଛି। ତେବେ ଏତେ କମ୍‌ ଦିନ ମଧ୍ୟରେ ଏତେ ମାତ୍ରାରେ କଲେକ୍ସନ ହେବ ଫିଲ୍ମର କ୍ରିଟିକ୍ସ ମଧ୍ୟ କଳ୍ପନା କରିପାରିନଥିବେ। କେବଳ ଅଗଷ୍ଟ ୧୫ ଦିନ ୫୫ କୋଟି ଟଙ୍କାର ଆୟ କରିଛି ଏହି ଫିଲ୍ମ। ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ମନରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି । ୮୦ କୋଟି ଟଙ୍କା ବିନିମୟରେ ନିର୍ମାଣ ହୋଇଥିବା ଏହି ଫିଲ୍ମ 5 ଦିନ ମଧ୍ୟରେ ୨୦୦ କୋଟି ପାର୍‌ କରିଛି । ସନ୍ନି ଦେଓଲଙ୍କ ଫିଲ୍ମ ପ୍ରତିଦିନ ବକ୍ସ ଅଫିସରେ ଏକ ନୂଆ ରେକର୍ଡ ଭାଙ୍ଗିବାରେ ଲାଗିଛି । ଗଦର ୨’ରେ ସନ୍ନି ଦେଓଲ ଏବଂ ଅମିଶା ପଟେଲ ପୁଣି ଥରେ ଦର୍ଶକ ଦିଲ୍‌ରେ ରାଜ୍‌ କରୁଛନ୍ତି । ୨୦୦୧ ମସିହାରେ ଆସିଥିବା ‘ଗଦର ଏକ ପ୍ରେମ କଥା’ ମଧ୍ୟ ରୋଜଗାରର ସମସ୍ତ ରେକର୍ଡ ଭାଙ୍ଗି ଦେଇଥିଲା ଏବଂ ବର୍ତ୍ତମାନ ଏହାର ସିକ୍ୱେଲ ‘ଗଦର ୨’ ମଧ୍ୟ ତାହା ଫଲୋ କରୁଛି ଏବଂ ବକ୍ସ ଅଫିସରେ ଧମାଲ ମଚାଉଛି । ଚଳଚ୍ଚିତ୍ରର ରୋଜଗାର ବିଷୟରେ କଥାବାର୍ତ୍ତା କରିବା ତ, ‘ଗଦର ୨’ ଉଦ୍‌ଘାଟନୀ ସପ୍ତାହରେ ଏକ ଭଲ କଲେକ୍ସନ କରିଥିଲା । ଅନ୍ୟପକ୍ଷରେ, ‘ଗଦର ୨’ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ଛୁଟିଦିନର ସମ୍ପୂର୍ଣ୍ଣ ଫାଇଦା ଉଠାଇଲା ଏବଂ ଦର୍ଶକ ଏହାକୁ ଦେଖିବା ପାଇଁ ପ୍ରେକ୍ଷାଳୟରେ ଭିଡ଼ ଜମାଇଥିଲେ।

Exit mobile version