
ଭୁବନେଶ୍ବର ପ୍ରାଚୀବିହାର ଅଞ୍ଚଳରେ ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତଦେହକୁ ଉଦ୍ଧାର କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଘର ଭିତର ପଟୁ ଯୁବକ କବାଟ ବନ୍ଦ କରି ବେକରେ ଗାମୁଛା ବାନ୍ଧି ଫ୍ୟାନରେ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା । ପୋଲିସ କବାଟ ଭାଙ୍ଗି ଭିତରୁ ମୃତଦେହ ଉଦ୍ଧାର କରିଛି । ମୃତ ଯୁବକଙ୍କ ନାଁ ଦୀପକ ଦାସ । ବୟସ ପ୍ରାୟ ୨୬ ବର୍ଷ ହେବ ବୋଲି ଜଣାପଡ଼ିଛି । ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ବୋଲି ସୂଚନା ମିଳିଛି । ଦୀପକ ଏସବିଆଇ ଫାଇନାନ୍ସରେ କାମ କରୁଥିଲେ ଓ ପ୍ରାଚୀବିହାର ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ । ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ହେଲେ ଏଯାଏଁ କିଛି ସ୍ପଷ୍ଟ ହୋଇନାହିଁ l ଦୀର୍ଘ ସମୟ ଧରି ରୁମ୍ କବାଟ ନଖୋଲିବାରୁ ପୋଲିସକୁ ସୂଚନା ଦେଇଥିଲେ ରୋମମେଟ । ପୋଲିସ ପହଞ୍ଚି କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଦିନକୁ ଦିନ ଏପରି ଯୁବପିଢିଙ୍କ ଆତ୍ମହତ୍ୟା ସମସ୍ତଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି l ମାନସିକ ସ୍ତରରେ ଦୁର୍ବଳ ହୋଇ ଛୋଟ ଛୋଟ କଥାରେ ଆତ୍ମହତ୍ୟାର ପ୍ରୟାସ କରୁଛନ୍ତି ଆଜିର ଯୁବପିଢ଼ି