
ପୁଣି ମାଡ଼ି ଆସୁଛି ଆଉ ଏକ ଲଘୁଚାପ,୨୨ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ଛେଚିବ ବର୍ଷା
ପୁଣି ଓଡିଶା ମୁହାଁ ହୋଇଛି ଆଉ ଏକ ଲଘୁଚାପ। କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆସନ୍ତା ୪ ଦିନ ଯାଏଁ ପ୍ରବଳ ବର୍ଷିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।ଏହି ଲଘୁଚାପ ଖୁବଶୀଘ୍ର ଅବପାତ ରୂପ ନେବ। କିଛି ସ୍ଥାନରେ ବର୍ଷାର ପରିମାଣ ବଢିବ। ସହ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ରହିଛି ସମ୍ଭାବନା ।ଲଗାଣ ବର୍ଷରେ ବନ୍ୟା ପରିସ୍ଥିଥି ଉପୁଜିଲେ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛି ପାଣିପାଗ ବିଭାଗ ।ଅନ୍ୟପଟେ ସମୁଦ୍ର ଅଶାନ୍ତ ଥିବାରୁ ଆଗାମୀ ୪୮ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି ।